ଆନେ୍ଦାଳନରତ ସାଂସଦଙ୍କୁ ଚା’ ପିଆଇଲେ ହରିବଂଶ : ମୋଦିଙ୍କ ପ୍ରଶଂସା

ଆନେ୍ଦାଳନରତ ସାଂସଦଙ୍କୁ ଚା’ ପିଆଇଲେ ହରିବଂଶ : ମୋଦିଙ୍କ ପ୍ରଶଂସା

ଆନେ୍ଦାଳନରତ ସାଂସଦଙ୍କୁ ଚା’ ପିଆଇଲେ ହରିବଂଶ : ମୋଦିଙ୍କ ପ୍ରଶଂସା
ନୂଆଦିଲ୍ଳୀ : ସଂସଦ ବାହାରେ ପ୍ରତିବାଦରେ ବସିଥିବା ସାଂସଦଙ୍କୁ ଚା ପିଆଇଛନ୍ତି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିବଂଶଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି । ସଂସଦର ମୌସୁମୀ ଅଧିବେଶନ ସମୟରେ ହଟ୍ଟଗୋଳ କାରଣରୁ ସାଂସଦ ମାନଙ୍କୁ ବଳକା ସମୟ ପାଇଁ ନିଲମ୍ବନ କରାଯାଇଛି । ଏହାର ପ୍ରତିବାଦରେ ସାଂସଦ ମାନେ ରାତିସାରା ପ୍ରତିବାଦରେ ବସି ରହିଥିଲେ । ତେବେ ମଙ୍ଗଳବାର ସକାଳୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ପ୍ରତିବାଦରେ ବସିଥିବା ସାଂସଦ ମାନଙ୍କୁ ଚା ପିଆଇଥିଲେ । ଦୀର୍ଘ ବର୍ଷ ଧରି ବିହାର ଆମକୁ ସଂସ୍କାର ଶିଖାଇ ଆସିଛି । ବିହାରର ନେତା ଭାବରେ ହରିବଂଶ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ମୋଦି କହିଛନ୍ତି ।