ଆତ୍ମହତ୍ୟା କଲେ ବିଜେଡି ଯୁବ ସଭାପତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଯୁବ ବିଜେଡି ସଭାପତିଙ୍କ ଆତ୍ମହତ୍ୟା। ନିଜ ଘର ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଧୀରଜ୍ ପ୍ରସାଦ। ଟାଉନ ଥାନା ରାଜବାଟି ନିକଟ ନିଜ ଘରେ ସେ ଆତ୍ମହତ୍ୟା କରିଛନ୍ତି।
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମେଡିକାଲକୁ ପଠାଇଛି ।