ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ
ଭୁବନେଶ୍ୱର: ପ୍ରଦୀପ ଜେନା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ଆଜି ପ୍ରଦୀପ ଜେନା ନିଜ ଦାୟିତ୍ୱ ଗ୍ରହଣ କରିବେ। କିଛି ଦିନ ତଳେ ରାଜ୍ୟ ସରକାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗରୁ ଏ ସଂପର୍କିତ ବିଜ୍ଞପ୍ତି ମଧ୍ୟ ଆଗରୁ ପ୍ରକାଶ ପାଇଛି। ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ୍ ଡେଭଲପେଣ୍ଟ କମିଶନର ଅଫ୍ ଓଡ଼ିଶା ଦାୟିତ୍ୱରେ ନିଯୁକ୍ତ ହୋଇଛନ୍ତି।
ପ୍ରଦୀପ ଜେନା ଏହା ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଓ ଉନ୍ନୟନ କମିଶନର ପଦରେ ଥିଲେ। ପ୍ରଦୀପ ହେଉଛନ୍ତି ୧୯୮୯ ବ୍ୟାଚ୍ IAS ଅଫିସର୍। ପ୍ରାଶାସନିକ ଦକ୍ଷତା ପାଇଁ ସେ ପରିଚିତ। ଏହା ପୂର୍ବରୁ ପ୍ରଦୀପ ଜେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଥିଲେ ।
ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ସୁରେଶ ମହାପାତ୍ର। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଥଇଥାନ କରି ସନ୍ତୁଷ୍ଟିକରଣ କରିବାକୁ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି।




admin 