ଆଜି ଶପଥ ନେବେ ଉଦ୍ଧବ ଠାକରେ

ଆଜି ଶପଥ ନେବେ ଉଦ୍ଧବ ଠାକରେ

ଆଜି ଶପଥ ନେବେ ଉଦ୍ଧବ ଠାକରେ
ଏନସିପିକୁ ଉପମୁଖ୍ୟମନ୍ତ୍ରୀ, କଂଗ୍ରେସକୁ ବାଚସ୍ପତି ପଦ ମିଳିପାରେ ମୁମ୍ବାଇ : ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି ସନ୍ଧ୍ୟା ୬ଟା ୪୦ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତାଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ ବୋଲି ଜଣାପଡ଼ିଛି । ଏଥିରେ ଶିବ ସେନା, ଏନ୍ସିପି ଏବଂ କଂଗ୍ରେସର ମନ୍ତ୍ରୀ ରହିବେ । ଏହି ତିନି ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସମେତ ୧୫ ଜଣ ମନ୍ତ୍ରୀ ଶିବ ସେନାରୁ ରହିବେ । ଉପମୁଖ୍ୟମନ୍ତ୍ରୀ ପଦ ଶରଦ ପାୱାରଙ୍କ ଏନ୍ସିପିକୁ ଯିବ । ଏହି ଦଳର ଆଉ ୧୩ ଜଣ ମନ୍ତ୍ରୀ ହେବେ । ସେହିଭଳି କଂଗ୍ରେସକୁ ବାଚସ୍ପତି ପଦ ମିଳିବ ଏବଂ ଏହି ଦଳକୁ ୧୩ଟି ମନ୍ତ୍ରୀ ପଦ ମିଳିବ । ତେବେ ଗୃହ ଓ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାହା ହାତରେ ରହିବ ତାହା ଜଣାପଡ଼ି ନାହିଁ । ମନ୍ତ୍ରିମଣ୍ଡଳ ଗଠନ ନେଇ ଆଜି ଦିନ ତମାମ ତିନି ଦଳର ନେତାମାନଙ୍କ ମଧ୍ୟରେ ବିଚାର ଆଲୋଚନା ଚାଲିଥିଲା । ଏଥିରେ ଉଦ୍ଧବ ଠାକରେ, ଶରଦ ପାୱାର ଏବଂ କଂଗ୍ରେସ ନେତା ଅହମ୍ମଦ ପଟେଲ ସାମିଲ ଥିଲେ । ଏହାପୂର୍ବରୁ ଉଦ୍ଧବ ଠାକରେ ପୃଥକ ଭାବେ ଶରଦ ପାୱାରଙ୍କୁ ଭେଟିବା ପରେ ପୁଣି ପାୱାର କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଭେଟି ଆଲୋଚନା କରିଥିଲେ ।