ଆଜି ରାଷ୍ଟ୍ରୀୟ ବାଲା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ଆଜି ରାଷ୍ଟ୍ରୀୟ ବାଲା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ଆଜି ରାଷ୍ଟ୍ରୀୟ ବାଲା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଦେଶର ୧୧ ଜଣ ଅସାଧାରଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୩ ପ୍ରଦାନ କରିବେ । ସେମାନଙ୍କ ମଧ୍ୟରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬ ବାଳକ ଏବଂ ୫ ବାଳିକା ଅଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପିଲାଙ୍କ ସହ ମତ ବିନିମୟ କରିବେ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଓ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ ମଧ୍ୟ ପିଲାଙ୍କ ସହ ଭାବ ବିନିମୟ କରିବେ ।

କଳା ଓ ସଂସ୍କୃତି, ବୀରତା, ନବସୃଜନ, ଦର୍ଶନ, ସମାଜସେବା ଏବଂ କ୍ରୀଡ଼ା ଆଦି ୬ଟି ବର୍ଗରେ ଅସାଧାରଣ କୃତିତ୍ୱ ହାସଲ କରିଥିବା ୫-୧୮ ବର୍ଷ ବୟସର ପିଲାମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତବର୍ଷ କଳା ଓ ସଂସ୍କୃତି କ୍ଷେତ୍ରରେ ୪, ବରତା ପାଇଁ ଜଣେ, ନବସୃଜନ ପାଇଁ ୨, ସମାଜ ସେବା ପାଇଁ ଜଣେ ଏବଂ କ୍ରୀଡ଼ା ପାଇଁ ୩ଜଣ ପିଲାଙ୍କୁ ପୁରସ୍କାର ମିଳିବ । ପୁରସ୍କାର ସ୍ୱରୂପ ପ୍ରତି ପିଲାଙ୍କୁ ମେଡାଲ, ପ୍ରମାଣପତ୍ର ଏବଂ ୧ ଲକ୍ଷ ଟଙ୍କା ଦିଆଯିବ ।