ଆଜି ମହାମାୟାଙ୍କ ମହାନବମୀ

ଆଜି ମହାମାୟାଙ୍କ ମହାନବମୀ

ଆଜି ମହାମାୟାଙ୍କ ମହାନବମୀ

ଭୁବନେଶ୍ଵର : ଆଜି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାନବମୀ ପୂଜା। କଟକ ଓ ଭୁବନେଶ୍ଵର ସମେତ ରାଜ୍ୟର ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗେଶ ନନ୍ଦିନୀ । ୨ ବର୍ଷ ପରେ ମଣ୍ଡପରେ ମାଆଙ୍କ ପୂଜା ହେଉଛି । ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ସକାଳୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚିତ୍ତାକର୍ଷକ ତୋରଣ, ଆକର୍ଷଣୀୟ ସାଜସଜ୍ଜା ଭିତରେ ସୌନ୍ଦର୍ୟ୍ୟମୟୀ ମା’ଙ୍କମୂର୍ତ୍ତି ଦେଖି ଭକ୍ତ ବିଭୋର ହୋଇଉଠିଛି । ଦେଖିଲେ ଲାଗୁଛି ସତେ ଯେମିତି ଧରାପୃଷ୍ଠକୁ ଆସିଥିବା ମହାମାୟ ମା ଦୁର୍ଗା ଅଜାଡ଼ି ଦେଉଛନ୍ତି ଶୁଭାଶିଷ।

ତେବେ ଆଜି ମହାନବମୀ ଓ ବିଜୟା ଦଶମୀରେ ପ୍ରବଳ ଭିଡ଼ ସମ୍ଭାବନା ରହିଛି । ତେଣୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥରକ କିଛି ପ୍ରମୁଖ ପୂଜା ମଣ୍ଡପରେ ଦଶହରା ରାତିରେ ରାବଣ ପୋଡ଼ି କାର୍ୟ୍ୟକ୍ରମ ଥିବାରୁ ଆତସବାଜୀ ଦେଖିବାକୁ ମିଳିବ। କରୋନାର ଭୟାବହତା କମିବା ପରେ ଏବର୍ଷ ମା’ଙ୍କ ପୂଜାକୁ ନେଇ ଉଭୟ ପୂଜା କମିଟି ଓ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।