ଆଜି ମନ୍ତ୍ରୀପରିଷଦ, କ୍ୟାବିନେଟରେ କଣ ହେବ

ଆଜି ମନ୍ତ୍ରୀପରିଷଦ, କ୍ୟାବିନେଟରେ କଣ ହେବ

ଆଜି ମନ୍ତ୍ରୀପରିଷଦ, କ୍ୟାବିନେଟରେ କଣ ହେବ

ଭୁବନେଶ୍ୱର : ଆଜି (ମଙ୍ଗଳବାର) ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ରାଜ୍ୟ ସରକାର କିଛି ବଡ଼ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ହେବ । ଏଥିରେ ଅତିରିକ୍ତ ବଜେଟ ପ୍ରସ୍ତାବକୁ ଅନୁମୋଦନ ମିଳିବ, ଏହା ସହ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଅନେକ ପ୍ରସ୍ତାବକୁ କ୍ୟାବିନେଟର ମଂଜୁରୀ ମିଳିବ ।  ମହିଳା ସଶକ୍ତିକରଣ ଓ ଏକାମ୍ର କ୍ଷେତ୍ର ଯୋଜନା ନେଇ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । ତେବେ ଏହି ବୈଠକରେ କି ନିଷ୍ପତି ନିଆଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି  ।