ଆଜି ନିଟ୍ ପରୀକ୍ଷା ଫଳ

ଆଜି ନିଟ୍ ପରୀକ୍ଷା ଫଳ

ଆଜି ନିଟ୍ ପରୀକ୍ଷା ଫଳ
ଭୁବନେଶ୍ୱର: ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବାର ସମ୍ଭାବନା ରହିଛି । ପରୀକ୍ଷାର୍ଥୀ ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ । ସାରା ଦେଶରେ ୧୪ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପାଖାପାଖି ୩୪ ହଜାର ପରୀକ୍ଷାର୍ଥୀ ଥିଲେ । ଏଥର ମଧ୍ୟ ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୭୭% ପରୀକ୍ଷାର୍ଥୀଙ୍କ ଇଂରାଜୀ ଭାଷାରେ ପରୀକ୍ଷା ହୋଇଥିବା ବେଳେ ହିନ୍ଦୀରେ ୧୨% ଓ ଅନ୍ୟାନ୍ୟ ଭାଷାରେ ୧୧% ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଡ଼ିଆ ଭାଷାରେ ୧% ରୁ କମ୍ ଛାତ୍ରଛାତ୍ରୀ ଥିଲେ । ଦେଶର ଏକ ଲକ୍ଷ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି ।