ଆଜି ନାମାଙ୍କନ ଦାଖଲ କରିବେ ନବୀନ

ଆଜି ନାମାଙ୍କନ ଦାଖଲ କରିବେ ନବୀନ

ଆଜି ନାମାଙ୍କନ ଦାଖଲ କରିବେ ନବୀନ
ଭୁବନେଶ୍ୱର: ଲଗାତର ଚାରି ଚାରି ଥର ଗାଦିରେ ବସି ଶାସନ କରି ଆସିଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ଥର ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗଂଜାମ ତାରା ତାରିଣୀ ମନ୍ଦିରରେ ପହଂଚି ମାଆଙ୍କ ଆଶୀର୍ବାଦ ନେଲେ ନବୀନ ପଟ୍ଟନାୟକ । ଆଜି ହିଂଜିଳିରୁ ନାମାଙ୍କନ ଦାଖଲ୍ କରିବେ ନବୀନ । ୨ୟ ପର୍ୟ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେଡ଼ି ସୁପ୍ରିମୋ ପ୍ରତିନିଧିତ୍ୱ କରୁଥିବା ହିଂଜିଳି ନିର୍ବାଚନମଣ୍ଡଳୀ ଏହି ପର୍ୟ୍ୟାୟରେ ରହିଛି । ତେଣୁ ଆଜି ନବୀନ ଛତ୍ରପୁର ଠାରେ ହିଂଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ୍ କରିବେ । ଏହି ସମୟରେ ନବୀନ ରୋଡ୍ ସୋ କରିବାର କାର୍ୟ୍ୟକ୍ରମ ରହିଛି । ସେହିପରି ନବୀନ ୧୧ଟା ୧୫ରେ ପ୍ରାର୍ଥୀପତ୍ର ଦାଖଲ କରି ୧୧ଟା ୪୫ରେ ଭୁବନେଶ୍ୱର ଫେରିବେ । ଅନ୍ୟପଟେ ବିଜେପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ୨୫ ତାରିଖରେ ନାମାଙ୍କନ ଦାଖଲ କରିପାରନ୍ତି ।