ଲୋକସଭା ନିର୍ବାଚନରେ ଲଢ଼ିବେ ଶରଦ ପାୱାର
ଲୋକସଭା ନିର୍ବାଚନରେ ଲଢ଼ିବେ ଶରଦ ପାୱାର
admin
Feb 20, 2019 - 05:56
Updated: Feb 20, 2019 - 05:56
ପୁନେ, ଫେବୃୟାରୀ ୨୦ (ଖବର ଓଡ଼ିଶା): ଭବିଷ୍ୟତ ରାଜନୀତି ସଂପର୍କରେ ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ମୁହଁ ଖୋଲିଛନ୍ତି । ଗତ କିଛି ମାସ ହେବ ରାଜନୈତିକ ଦ୍ୱନ୍ଦ ଉପୁଜାଇଥିବା ପାୱାର ଆଗାମୀ ଲୋକସଭା ନିର୍ବାଚନକୁ ପୁଣି ଥରେ ଓହ୍ଲାଇବେ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି । ସେ କହିଛନ୍ତି, ତାଙ୍କ ପୁତୁରା ଏବଂ ଅନ୍ୟ କିଛି ପରିବାର ସଦସ୍ୟ ନିର୍ବାଚନକୁ ଓହ୍ଲାଉ ନାହାନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ପାୱାର କହିଛନ୍ତି, ଅଜିତ ପାୱାର ଲୋକସଭା ନିର୍ବାଚନରେ ଓହ୍ଲାଉ ନାହାନ୍ତି । ସେହିଭଳି ରୋହିତ ପାୱାର ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରୁ ନାହାନ୍ତି । ଶରତ ପାୱାର କହିଛନ୍ତି, ସେ ନିଜେ ନିର୍ବାଚନ ପଡ଼ିଆକୁ ଓହ୍ଲାଉଛନ୍ତି । ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ବିଧାନସଭାରେ ଜଣେ ସଭ୍ୟ । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ଲୋକସଭା ନିର୍ବାଚନରେ ଅଜିତ ପାୱାର ପ୍ରତିଦ୍ୱନ୍ଦୀତା କରିପାରନ୍ତି । ନାତି ରୋହିତ ପାୱାର ନିର୍ବାଚନକୁ ଓହ୍ଲାଇବା ନେଇ ଗଣମାଧ୍ୟମର ପ୍ରଶ୍ନକୁ ଏନସିପି ମୁଖ୍ୟ ଖଣ୍ଡନ କରିଛନ୍ତି ।
ଆଗାମୀ ଲୋକସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ନେଇ ପଚରାଯିବାରୁ ପାୱାର କହିଛନ୍ତି, ମତଦାତା ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ବିଜେପି-ଶିବସେନା ମେଣ୍ଟ ନେଇ ବିଗତ ୨ ମାସ ପ ଚର୍ଚ୍ଚା ଧରିଥିଲା । ସେମାନେ ଏବେ ଏକାଠି ହୋଇଛନ୍ତି । ସେମାନଙ୍କ ରଣନୀତି ସଂପର୍କରେ ଲୋକଙ୍କୁ ଜଣା ଅଛି । ସେମାନେ ବୁଝି ବିଚାରି ପଦକ୍ଷେପ ନେବେ ବୋଲି ପାୱାର କହିଛନ୍ତି ।