ଆଜି ଦାରୁବ୍ରହ୍ମଙ୍କ ୪ଘଣ୍ଟା ଦର୍ଶନ ବନ୍ଦ, ଜାଣନ୍ତୁ କାହିଁକି

ଆଜି ଦାରୁବ୍ରହ୍ମଙ୍କ ୪ଘଣ୍ଟା ଦର୍ଶନ ବନ୍ଦ, ଜାଣନ୍ତୁ କାହିଁକି

ଆଜି ଦାରୁବ୍ରହ୍ମଙ୍କ ୪ଘଣ୍ଟା ଦର୍ଶନ ବନ୍ଦ,  ଜାଣନ୍ତୁ କାହିଁକି

ପୁରୀ: ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ବୁଧବାର ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଭିତରୁ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ବିଭିନ୍ନ ପ୍ରାକୃତିକ ରଙ୍ଗ ସହ ଦତ୍ତମହାପାତ୍ର ସେବକ ଭିତରେ ପ୍ରବେଶ କରିବେ। ବନକଲାଗି ଶେଷ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ଏହାପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ବଡ଼ସିଂହାର ବେଶ, ବଡ଼ ସିଂହାର ଭୋଗ ଏବଂ ରାତ୍ରପହୁଡ଼ ହେବାର ବିଧି ରହିଛି।