ଆଜି ଚାରି ଘଣ୍ଟା ଜଗା ଦର୍ଶନ ବନ୍ଦ

ଆଜି ଚାରି ଘଣ୍ଟା ଜଗା ଦର୍ଶନ ବନ୍ଦ

ଆଜି ଚାରି ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ :  ଆଜି ଶ୍ରୀମନ୍ଦିରରେ ଅପରାହ୍ନରୁ ୪ ଘଣ୍ଟା ପାଇଁ ଭକ୍ତଙ୍କ ନିମନ୍ତେ ଜଗା ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ସିଂହାର ନୀତି ପାଇଁ ବନ୍ଦ ରହିବ ଜଗା ଦର୍ଶନ। ଅପରାହ୍ନ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ ଜଗା ଦର୍ଶନ ଉପରେ ଲାଗିବ ପ୍ରତିବନ୍ଧକ। ସେପଟେ ଆଜି ପୁରୀରେ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ମୁଖ୍ୟମନ୍ତ୍ରୀ।  ଦିନ ୧୦.୪୫ରୁ ୧୧ଟା ଭିତରେ ପୂର୍ଣ୍ଣାହୁତି ଦିଆଯିବ। ଏହି ଅବସରରେ ପରିକ୍ରମା ପ୍ରକଳ୍ପର ଶୁଭ ଦିଆଯିବ।
ଉତ୍ତର ପାର୍ଶ୍ୱ ମଠ ସମ୍ମୁଖ ଯଜ୍ଞ ମଣ୍ଡପରେ ଶାସ୍ତ୍ର ଅନୁସାରେ ଚାଲିଛି ଯଜ୍ଞ । ଗଜପତି ମହାରାଜ ଯଜ୍ଞର କର୍ତ୍ତା ଥିବା ବେଳେ ୩୩ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହୋଇଛନ୍ତି । ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେବ ସବୁଜ ବଳୟ । ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ ହେବ । ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର କରାଯିବ ।

ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ରହିବ । ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା । ପ୍ରାୟ ୯୬ ପ୍ରତିଶତ ସରିଛି ଜମି ଅଧିଗ୍ରହଣ କାମ । ସାଆନ୍ତେଙ୍କ ପାଇଁ ସ୍ୱଇଚ୍ଛାରେ ଜମି ଦେଇଥିଲେ ଶ୍ରୀକ୍ଷେତ୍ରବାସୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୮ଶହ କୋଟି ଟଙ୍କା ମଞ୍ଜୁର ହୋଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ୍ ।