ଆଜିଠୁ ସପ୍ତାହେ ଭୀଷଣ ବର୍ଷିବ
ଆଜିଠୁ ସପ୍ତାହେ ଭୀଷଣ ବର୍ଷିବ
ଭୁବନେଶ୍ୱର : ଦେଢ ସପ୍ତାହେ ହେଲା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିିବାବେଳେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ । ଦୁଇଦୁଇଟି ଲଘୁଚାପ ପ୍ରଭାବରେ ଆସନ୍ତା ୧୭ତାରିୀଖ ଯାଏ କେତେକ ସ୍ଥାନରେ ମଧ୍ୟମ ଓ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଚନ୍ତି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ , ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଓ ସଂଲଗ୍ନ ଅଂଚଳରେ ରହିଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତର ଓ ଉପକୂଳ ଓଡିଶାର କିଛି କିଛି ଜିଲ୍ଲାରେ ବର୍ଷା ହୋଇଛି । ଅନ୍ୟପଟେ ମୌସୁମୀ ଟ୍ରଫ୍ ଲାଇନ୍ ଏବେ ଦକ୍ଷିଣ ଉପକୂଳ ଓଡିଶା ଉପରିସ୍ଥ ଲଘୁଚାପ ବଳୟର କେନ୍ଦ୍ର ଦେଇ ଗତି କରୁଛି । ପାଣିପାଗର ଏହିସବୁ ନିୟାମକ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ । ଆସନ୍ତା ୧୫ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଧୀରେଧୀରେ ବର୍ଷାର ବିସ୍ତୃତି ବଢିବ ।




admin 