ଆଜିଠୁ ଭଙ୍ଗା ହେବ ବିଧାୟକଙ୍କ ବାସଭବନ

ଆଜିଠୁ ଭଙ୍ଗା ହେବ ବିଧାୟକଙ୍କ ବାସଭବନ

ଆଜିଠୁ ଭଙ୍ଗା ହେବ ବିଧାୟକଙ୍କ ବାସଭବନ
ଭୁବନେଶ୍ୱର – ବିଧାନସଭା ସମ୍ମୁଖରେ ଥିବା ବିଧାୟକ ମାନଙ୍କ ବାସଭବନ ଭଙ୍ଗାଜିବ । ହଁ ନା ମଧ୍ୟରେ ଆଜି ସ୍ପଟ କରିଛନ୍ତି ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର । ବିଧାନସଭାର ପୁରୁଣା ବିଧାୟକଙ୍କ ବାସଭବନ ଭଙ୍ଗାଯାଇ ସେଠି ପୁରୁଣା ବାସଭବନ ଭିତରେ ୪୨ଟି ଏଫ ଓ ଆର ଟାଇପ ପୁରୁଣା ଏମଏଲଏ ବାସଭବନ ରହିଛି । ସେଠାରେ ବହୁତଳ ବିଶିଷ୍ଟ ନୂଆ ଆପାର୍ଟମେଣ୍ଟ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି । ତେଣୁ ତାକୁ ଆଜି ଠାରୁ ଭଙ୍ଗାଯିବା ପାଇଁ ନିଷ୍ପତ୍ତିହୋଇଥଲା । ତେବେ କିଛି ମନ୍ତ୍ରୀ, ବିଧାୟକ ବାସଭବନ ଖାଲି କରି ନଥିବାରୁ ତାହା ଆଜି ଭଙ୍ଗା ନଯାଇ ପାରେ ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଦେଇଥିଲେ । ଆଜି ପୁରୁଣା ବିଧାୟକ କଲୋନି ଭଙ୍ଗାଯିବ । ସେହି ସ୍ଥାନରେ ନିର୍ମାଣ ହେବ ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ । ମଙ୍ଗଳବାର ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା ପ୍ରାଥମିକ ପର୍ୟ୍ୟାୟରେ ୪୨ଟି ପୁରୁଣା ବିଧାୟକ ବାସଭବନ ଭଙ୍ଗାଯିବ । ନୂତନ ବିଧାୟକ କଲୋନିରେ ବିଧାୟକଙ୍କୁ ୭ଟି କୋଠରି ବିଶିଷ୍ଟ ଘର ଯୋଗାଇ ଦିଆଯିବ । କଲୋନିରେ ପାର୍କିଂ ସୁବିଧା ସହିତ ସନ୍ତରଣାଗାର, ଆମୋଦ ବିନୋଦନ ହଲ୍, ଜିମ୍ ଆଦି ରଖିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ବର୍ଷକ ଭିତରେ ନୂତନ ବିଧାୟକ କଲୋନି ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର କହିଥିଲେ, ଓଡ଼ିଶା ଖଣି ନିଗମ ସାମନାରୁ ୧୨୦ ବାଟାଲିୟନ ଛକ ପର୍ୟ୍ୟନ୍ତ ଲମ୍ବିଥିବା ଏଫ୍ ଓ ଆର୍ ଟାଇପ୍ ପୁରୁଣା ବିଧାୟକ କଲୋନିକୁ ଭାଙ୍ଗି ୧୦ ମହଲା ଓ ୯ ମହଲା ବିଶିଷ୍ଟ ଅନେକଗୁଡ଼ିଏ ବହୁତଳ ପ୍ରାସାଦ ବ୍ଲକ୍ ନିର୍ମାଣ କରାଯିବ । ସବୁ ବ୍ଲକର ଅଣ୍ଡର୍ ଗ୍ରାଉଣ୍ଡରେ ସୁଇମିଂ ପୁଲ୍, ଜିମ୍, କାର୍ ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ କକ୍ଷ କରାଯିବ । ଉପର ମହଲାରେ ବିଧାୟକମାନଙ୍କ ପାଇଁ ଫ୍ଲାଟ୍ ନିର୍ମାଣ କରାଯିବ । ପ୍ରତ୍ୟେକ ବିଧାୟକଙ୍କୁ ୭ଟି କୋଠରି ବିଶିଷ୍ଟ କ୍ୱାର୍ଟର୍ସ ଯାଗାଇଦିଆଯିବ । ନିର୍ମାଣ ହେବାକୁ ଥିବା ୧୫୦ଟି କ୍ୱାର୍ଟର୍ସରୁ ୧୦୫ଟି ବିଧାୟକମାନଙ୍କ ରହଣି ପାଇଁ ଯୋଗାଇ ଦିଆଯିବ । ବାକି କ୍ୱାର୍ଟର୍ସକୁ ଅତିଥିମାନଙ୍କ ପାଇଁ ସଂରକ୍ଷଣ ରଖାଯିବ । ଖାଲି ସେତିକି ନୁହେଁ, ଟେନିସ୍ କୋର୍ଟ ଓ ବ୍ୟାଡ ମିଣ୍ଟନ ଖେଳିବା ପାଇଁ ମଧ୍ୟ ସୁବିଧା ଉପଲବ୍ଧ କରାଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି । ଏଥିପାଇଁ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ୍ ନିଗମ ଲମିଟେଡ଼ (ଓବିସିସି)କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ବର୍ଷକ ଭିତରେ ନୂତନ ଏମ୍ଏଲ୍ଏ କଲୋନି ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଆଉ ୬ ମାସ ସମୟ ଦିଆଯିବ । ପୁରୁଣା କଲୋନିରେ ଥିବା ପୁଲିସ ଷ୍ଟେସନ୍, ପୋଷ୍ଟ୍ ଅଫିସ, ରେଳ ବୁକିଂ ଅଫିସକୁ ଭଙ୍ଗାଯାଇ ସେ ସ୍ଥାନରେ ନୂଆ କରି ସେସବୁ ନିର୍ମାଣ କରାଯିବ । ନୂତନ ଏମ୍ଏଲ୍ଏ କଲାନିରେ ପ୍ରତି ବ୍ଲକ ସଂଯୋଗ ପାଇଁ ୨୦ ଫୁଟିଆ ରାସ୍ତା ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ବୈଠକରେ ପୂର୍ତ୍ତ ସଚିବଙ୍କ ସମେତ ଓବିସିସି ପରିଚାଳନା ନିଦେ୍ର୍ଧଶକ, ସାଧାରଣ ପ୍ରଶାସନ ବିଭାଗର ଇଷ୍ଟେଟ୍ ନିଦେ୍ର୍ଧଶକ, ବିଧାନସଭା ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।