ଆଗେ ଆଗେ ବଡ ଭାଇ, ମଝିରେ ହଳଦୀ ମୁହିଁ, ଶେଷରେ ଆସୁଛନ୍ତି କାଳିଆ ଗୋସାଇଁ ।

ଆଗେ ଆଗେ ବଡ ଭାଇ, ମଝିରେ ହଳଦୀ ମୁହିଁ, ଶେଷରେ ଆସୁଛନ୍ତି କାଳିଆ ଗୋସାଇଁ ।

ଆଗେ ଆଗେ ବଡ ଭାଇ, ମଝିରେ ହଳଦୀ ମୁହିଁ, ଶେଷରେ ଆସୁଛନ୍ତି କାଳିଆ ଗୋସାଇଁ ।
ବହୁ ପ୍ରତୀକ୍ଷାର ଅବସାନ ଘଟି ବଡଦାଣ୍ଡରେ ଗଡିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବାଜିଲା ଘଂଟି, ପଡିଲା ହରିବୋଲ ଏବଂ ହୁଳହୁଳି ଆଉ ଏହାରି ଭିତରେ ବଡଦାଣ୍ଡରେ ଗଡିଛି ମହାପ୍ରଭୁଙ୍କ ରଥ । ପ୍ରଥମେ ବଡଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥଟଣା ଯିବା ପରେ ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ ପରେ ଆରମ୍ଭ ହୋଇଛି କାଳିଆର ନନ୍ଦିଘୋଷ ରଥ । ଭକତଙ୍କୁ ଝୁରି ଝୁରି ବଡ ଭାଇଭଉଣୀଙ୍କୁ ସାଥିରେ ଧରି ଜନ୍ମବେଦୀକୁ ଘେନି ଯାଉଛନ୍ତି ମହାବାହୁ ପ୍ରଭୁ ଶ୍ରୀଜଗନ୍ନାଥ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି କାଳିଆଠାକୁର । ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ରଥ ପରେ ବଡଦାଣ୍ଡରେ ଗଡିଲା ଭାବ ବିନୋଦିଆ କାଳିଆ ଠାକୁରଙ୍କ ଗରୁଡଧ୍ୱଜ । ଘଂଟକାହାଳୀ ସହ ମୃର୍ଦ୍ଦଙ୍ଗର ତାଳେ ତାଳେ ଆଗେଇ ଚାଲିଛି ନଟିଆ ଠାକୁରଙ୍କ ନନ୍ଦିଘୋଷ ରଥ । ବଡଦାଣ୍ଡରେ ସେବାୟତ ଏବଂ ପୁଲିସମାନେ ଗୁଣ୍ଡିଚା ଘର ଅଭିମୁଖେ କାଳିଆର ନନ୍ଦିଘୋଷ ରଥକୁ ଟାଣି ନେଉଛନ୍ତି । ତେବେ ଚଳିତ ବର୍ଷ କିନ୍ତୁ ତିନି ଦିଅଁଙ୍କ ତିନି ରଥକୁ ଆଉ ଭକ୍ତମାନେ ଭାବରେ ଟାଣିନେଉନାହାନ୍ତି ବରଂ କରୋନା କଟକଣାକୁ ମାନି ଘରେ ବସି ମହାପ୍ରଭୁଙ୍କ ଏହି ଅଲୌକିକ ଯାତ୍ରାର ଅପୂର୍ବ ଦୃଶ୍ୟକୁ ଅନୁଭବ କରୁଛନ୍ତି ।