ଆଖୁ ବାଡିରୁ ଧରାପଡିଲା ଗୋବିନ୍ଦ ସାହୁ

ଆଖୁ ବାଡିରୁ ଧରାପଡିଲା ଗୋବିନ୍ଦ ସାହୁ

ଆଖୁ ବାଡିରୁ ଧରାପଡିଲା ଗୋବିନ୍ଦ ସାହୁ

ଭୁବନେଶ୍ୱର : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହର ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଛି  । ଆଖୁ ବାଡିରୁ ତାକୁ ପୁଲିସ ଧରିଛି  । ଟିଟିଲାଗଡ଼ ପୁଲିସ ବାରାକରୁ ଗୋବିନ୍ଦ ଖସିଯିବାରୁ ୩ ପୁଲିସ ନିଲମ୍ବିତ ହୋଇଥିଲେ  । ତେଣୁ ତାକୁ ଧରିବା ପାଇଁ ପୁଲିସ ଦିନ ରାତି ଏକ କରିଦେଇଥିଲା  । ପୁଲିସର ବହୁ ଟିମ ତାକୁ ଖୋଜିବାରେ ଲାଗି ପଡ଼ିଥିଲେ  । ଏପରିକି ଗୋବିନ୍ଦକୁ ଧରାଇଦେଲେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା  । 

ଅପରପକ୍ଷରେ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଆଉ ଏକ ବଡ଼ ଦିଗ ସାମ୍ନାକୁ ଆସିଛି  । ତାଙ୍କୁ ମାରି ମାଟିତଳେ ପୋତି ଦିଆ ଯାଇଥିବା ସନ୍ଦେହ କରାଯାଉଥିଲା  । ଏନେଇ ଆଜି ସକାଳୁ ସକାଳୁ ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରେ ଜେସିବି ଦ୍ୱାରା ଖୋଳତାଡ଼ କରାଯାଇଥିଲା  । ମାଟିତଳୁ ଏକ ଗଳିତ ଶବ ଉଦ୍ଧାର ହେବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟିକରିଛି  । ଅପରପକ୍ଷରେ ମାଟି ତଳେ ଯେଉଁ ଶବ ବାହାରିଛି ତାହା କାହାର ତାହା ଏଯାବତ ସ୍ପଷ୍ଟ ହୋଇନାହିଁ  । ତେବେ ମାଟି ତଳୁ ଯେଉଁ ଚେନ, ପାଉଁଜି ଓ ବ୍ୟାଗ ମିଳିଥିଲା ତାହା ମମିତା ମେହେରଙ୍କର ବୋଲି ସ୍ପଷ୍ଟ ହୋଇଛି  । ତାଙ୍କ ପରିବାର ଲୋକେ ଏହା ଚିହ୍ନଟ କରିଛନ୍ତି  ।