ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ କରନ୍ତୁ ଏହି ଆସନ

ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ କରନ୍ତୁ ଏହି ଆସନ

ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ କରନ୍ତୁ ଏହି ଆସନ

ଭୁବନେଶ୍ୱର: ଅଧୁନିକ ଯୁଗରେ ଟ୍ରେଣ୍ଡିଂରେ ଚାଲିଛି ଚଷମା । ଆଜିକାଲି ଅଧିକାଂଶ ଲୋକ ଛୋଟ ଠାରୁ ବୟସ୍କ ସମସ୍ତଙ୍କ ଆଖିରେ ଚଷମା  । କିଛି ଲୋକ  ସଉକରେ ଚଷମା ପିନ୍ଧୁଥିବା ବେଳେ ଅଧିକାଂଶ ଆଖିର ଦୃଷ୍ଟି ଶକ୍ତି କମି ଯାଇଥିବାରୁ ଚଷମା ବ୍ୟବହାର କରିଥାନ୍ତି । ବର୍ତ୍ତମାନର ଜୀବନଶୈଳୀ ହିଁ ଆଜିର ଯୁବପିଢ଼ିଙ୍କ ପାଇଁ ଘାତକ ସାଜିଛି  । ଏହାର ସିଧାସଳଖ ପ୍ରଭାବ ଆଖି ଉପରେ ପଡୁଛି । ଆଜିକାଲି ଯୁବପିଢ଼ିଙ୍କ ଅଧିକାଂଶ ସମୟ କମ୍ପୁ୍ୟଟର ଓ ସ୍ମାର୍ଟଫୋନ୍ ଓ ଲ୍ୟାପଟପ୍ ଆଦି ବ୍ୟବହାରରେ କଟୁଛି। ଯାହାଫଳରେ ବହୁତ କମ୍ ବୟସରେ ଯୁବପିଢ଼ି ଚଷମା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।

ଯଦି ଆପଣ ଖୁବଶୀଘ୍ର ଚଷମା ଛାଡିବାକୁ ଓ ଆଖିକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି, କରନ୍ତୁ ଏହି ଯୋଗାସନ । ଆସନ୍ତୁ ଜାଣିବା କେଉଁ ଆସନ କଲେ ଆଖିରେ ଆଉ ଚଷମା ବ୍ୟବହାର କରିବେ ନାହିଁ ।

ସର୍ବାଙ୍ଗାସନ –
ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ ସର୍ବାଙ୍ଗାସନ ସବୁଠୁ ଉତ୍ତମ ଆସନ  । ଚଷମାରୁ ମୁକ୍ତ ପାଇବା ଲାଗି ସର୍ବାଙ୍ଗ ଆସନ କରିବା ଦରକାର ।  ଅନ୍ୟ ସବୁ ଆସନ ସହ ଏହାକୁ ବି ନିତି ଅଭ୍ୟାସ କରନ୍ତୁ  ।

କେମିତି ଅଭ୍ୟାସ କରିବେ  -
ଏକ ସମତଳ ସ୍ଥାନରେ କୌଣସି ଏକ ଆସନ  ବିଛାଇ ଭୂମିକୁ ପିଠି ଲଗାଇ ଶୁଅନ୍ତୁ । ଦୁଇ ଗୋଡକୁ ସିଧା କରି ଏକା ସାଙ୍ଗରେ ରଖନ୍ତୁ । ହାତକୁ ଭୂମିକୁ ଲଗାଇ ଶରୀର ପାଖରେ ସିଧା କରି ରଖନ୍ତୁ । ଶରୀରକୁ ଢିଲା କରନ୍ତୁ । ଗଭୀର ଶ୍ୱାସ ନେଇ ଗୋଡକୁ ଧିରେ ଧିରେ ଉପରକୁ ସିଧା ଭାବେ ଉଠାନ୍ତୁ । ୯୦ ଡିଗ୍ରୀରେ ଗୋଡ ସିଧା ଭାବେ ରଖିବା ପାଇଁ ପିଠିକୁ ଭାର ଦିଅନ୍ତୁ । ଅଣ୍ଟାକୁ ସପୋର୍ଟ ଦେବା ପାଇଁ ହାତର ସହାୟତା ନେଇ ପାରିବେ । ମାତ୍ର କହୁଣୀକୁ ଭୂମିକୁ ଲଗାଇ ରଖିବାକୁ ପଡିବ । ଏମିତି ସ୍ଥିତିରେ ଯେତିକି ସମୟ ସମ୍ଭାଳିପାରିବେ ରହନ୍ତୁ । ପରେ ଧିରେ ଧିରେ ନିଶ୍ୱାସ ଛାଡି ପୂର୍ବ ସ୍ଥିତିକୁ ଫେରନ୍ତୁ ।  ଏପରି ଭାବେ ୩ ଥର କରନ୍ତୁ ।ଏମିତି ଭାବେ ପ୍ରତିଦିନ ସକାଳେ ଅବା ସନ୍ଧ୍ୟା ବେଳେ, ପେଟ ହାଲକା କରି ଅଭ୍ୟାସ ଜାରି ରଖନ୍ତୁ  । ପୂର୍ଣ୍ଣ ବିଶ୍ୱାସର ସହ ବିଧି ପୂର୍ବକ ଏହି ସର୍ବାଙ୍ଗ ଆସନକୁ ଅଭ୍ୟାସ କଲେ ନିଶ୍ଚୟ ଏହାର ଉପକାର ପାଇପାରିବ ।