ଆକ୍ଟିଭା ପାଇଁ ୧ ଲକ୍ଷ ଟଙ୍କା ଜରିମାନା
ଆକ୍ଟିଭା ପାଇଁ ୧ ଲକ୍ଷ ଟଙ୍କା ଜରିମାନା
admin
Sep 17, 2019 - 05:18
Updated: Sep 17, 2019 - 05:18
କଟକ: ଦୁଇ ଚକିଆ ଆକ୍ଟିଭା ଗାଡ଼ି ପାଇଁ ପଡ଼ିଛି ୧ ଲକ୍ଷ ଟଙ୍କା ଜରିମାନା । ଗାଡ଼ି ବିକି୍ର କରିଥିବା ଡିଲରଙ୍କ ଉପରେ ଏଭଳି ଜରିମାନା ଲାଗୁ କରାଯାଇଛି । ଗତ ୧୨ ତାରିଖରେ ବାରଙ୍ଗ ନିକଟରେ ଯାନବାହନ ଯାଞ୍ଚ ଚାଲିଥିବା ବେଳେ ଏହି ଆକ୍ଟିଭା ଗାଡ଼ି ଧରା ପଡ଼ିଥିଲା । ସେହି ନୂଆ ଗାଡ଼ିର ରେଜିଷ୍ଟ୍ରେସନ ନଥିଲା କି ନମ୍ବର ପ୍ଲେଟ ମଧ୍ୟ ଲେଖାଯାଇନଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ ସମୟରେ ଏଭଳି ଘଟଣା ଧରାପଡ଼ିଥିଲା । କଟକ ଆରଟିଓଙ୍କ ପକ୍ଷରୁ ସମ୍ପୃକ୍ତ ଗାଡ଼ି ବିକି୍ର କରିଥିବା ଡିଲରଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି । ତାଙ୍କ ଠାରୁ ୧ ଲକ୍ଷ ଟଙ୍କା ଜରିମାନା କାହିଁକି ଆଦାୟ କରା ନଯିବ ବୋଲି ଏକ ନୋଟିସ ଭୁବନେଶ୍ୱର-୨ ଆରଟିଓଙ୍କ ଜରିଆରେ ଦିଆଯାଇଛି । ସମ୍ପୃକ୍ତ ଡିଲର ଭୁବନେଶ୍ୱର ୨ ଆରଟିଓଙ୍କ ଅଧୀନରେ ଅଞ୍ଚଳରେ ସୋ’ରୁମ୍ କରିଛନ୍ତି । ତେଣୁ ତାଙ୍କ ପାଖରକୁ କାରଣ ଦର୍ଶାଅ ନୋଟିସ ପଠାଇଥିବା କଟକ ଆରଟିଓ ଦୀପ୍ତି ରଞ୍ଜନ ପାତ୍ର ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ନୂତନ ମୋଟର ଯାନ ଆଇନ ଅନୁସାରେ ଜଣେ ଡିଲର ଗାଡ଼ି ବିକି୍ର କରିବା ସମୟରେ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗାଇ ଗାଡ଼ି ବିକି୍ର କରିବା କଥା । କିନ୍ତୁ ବିନା ରେଜିଷ୍ଟ୍ରେସନରେ ନମ୍ବର ନ ଲେଖି ସେ ଗାଡ଼ି ବିକି୍ର କରିଥିବାରୁ ଏଭଳି ଜରିମାନା ତାଙ୍କଠାରୁ ଆଦାୟ କରିବା ଦିଗରେ ପଦକ୍ଷେପ ନିଆଯାଇଛି ।