ଆଉ ୬ ଅଯୋଗ୍ୟ ଅଧିକାରୀଙ୍କ ବାଧ୍ୟତମୂଳକ ଅବସର
ଆଉ ୬ ଅଯୋଗ୍ୟ ଅଧିକାରୀଙ୍କ ବାଧ୍ୟତମୂଳକ ଅବସର
ଭୁବନେଶ୍ୱର: ଅପାରଗତା ତଥା ଦୁର୍ନୀତିଗ୍ରସ୍ତ ମାମଲା ଥିବା ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଜାରି ରହିଛି। ପୁଣି ୬ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏମାନଙ୍କ ମଧ୍ୟରେ ମୁଖ୍ୟଯନ୍ତ୍ରୀ ୩ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଓ ୨ବ୍ଲକ ଶିକ୍ଷା ଅଧିକାରୀ ରହିଛନ୍ତି । ୩.୨୬ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ନିଲମ୍ବିତ ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କୁ ଦୁର୍ନୀତି କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ସେହିଭଳି ବ୍ରହ୍ମପୁର ଗ୍ରାମାଞ୍ଚଳ ପୂର୍ତ୍ତ ବିଦ୍ୟୁତ୍ ଡିଭିଜନର କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ନାଁ’ରେ ୭.୬୩ କୋଟି ଟଙ୍କାର ଆୟ ବହର୍ଭୂତ ସମ୍ପତ୍ତି ଠୁଳ ମାମଲା ଯୋଗୁଁ ପୂର୍ବରୁ ନିଲମ୍ବିତ କରାଯାଇଥିଲା । ତାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ତଥା ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ କୁମାର ଭୁୟାଁଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲା ରହିଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ସେହିପରି ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ତଥା ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡା ଜିଲ୍ଲାର ଗୁଣୁପୁରସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ୟ୍ୟାମୀ ବେହେରା, ଗଜପତି ଜିଲ୍ଲାର ନୂଆଗଡସ୍ଥିତ ବ୍ଲକଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କ ଦୁର୍ନୀତି ଅଭିଯୋଗ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ଏପର୍ୟ୍ୟନ୍ତ ୧୬୪ ଅଧିକାରୀଙ୍କୁ ଚାକିରିରୁ ବିଦା ତଥା ବାଧ୍ୟତାମୂଳକ ଅବସର ଦିଆଯାଇଛି




admin 