ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ କେ କେ
ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ କେ କେ
ମୁମ୍ବାଇ: ବଲିଉଡ ଜଗତକୁ ଲାଗିଛି ଆଉ ଏକ ଝଟ୍କା। ପ୍ରସିଦ୍ଧ କଣ୍ଠଶିଳ୍ପୀ କେ.କେ ଓରଫ କ୍ରିଷ୍ଣକୁମାର କୁନାଥ ଆଉ ନାହାନ୍ତି। ମଙ୍ଗଳବାର କୋଲକାତାରେ ବିବେକାନନ୍ଦ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ ଅସୁସ୍ଥ ଅନୁଭବ କରିଥିଲେ କେ.କେ । ଏହାପରେ ତାଙ୍କୁ କୋଲକାତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।
ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ । ‘ରେହ ନା ହେ ତେରେ ଦିଲ ମେ’ ଫିଲ୍ମର ‘ସଚ କେହରାହା ହେ ଦୀଲ’ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ଭଏସ ଅଫ୍ ଲଭ୍ ର ପରିଚୟ । ଏହାପରେ ବଲିଉଡକୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଇ ଚାଲିଥିଲେ ।
ଏକ ୨ ଦିନିଆ କନସର୍ଟରେ ଯୋଗ ଦେବାକୁ କେକେ କୋଲକତା ଯାଇଥିଲେ । ମଙ୍ଗଳବାର ବିବେକାନନ୍ଦ କଲେଜରେ ତାଙ୍କର ଏକ କନସର୍ଟ ଥିଲା। ଏହାପରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେକେଙ୍କ ମୃତ୍ୟୁ ଖବର ପାଇ ଆଜି ପତ୍ନୀ ଓ ପରିବାର ସଦସ୍ୟ କୋଲକତାରେ ପହଞ୍ଚିବେ । ଏହାପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।
ଶୋକ ପ୍ରକଟ କରି ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି। ଏଥିସହ ଗୃହମନ୍ତ୍ରୀ ଅମତ ଶାହଙ୍କ ସମେତ ବଲିଉଡର ବହୁ ବଡ଼ ବଡ଼ କଳାକାର ମଧ୍ୟ କେ.କେଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରି ନାହାନ୍ତି।
୧୯୯୯ ମସିହାରେ କେ.କେଙ୍କ ପ୍ରଥମ ଆଲବମ ‘ପଲ’ ରିଲିଜ ହୋଇଥିବା ବେଳେ ଏହା ସୁପରହିଟ ସାବ୍ୟସ୍ତ ହୋଇଥିଲା। ସଙ୍ଗୀତ ସମୀକ୍ଷକ ଏହାକୁ ଖୁବ୍ ପ୍ରଶଂସା କରିଥିଲେ। ପରେ ‘ମାଚିସ’ ଫିଲ୍ମର ଛୋଡ ଆୟେ ହମ ଓ ଗଲିୟା, ହମ ଦିଲ ଦେ ଚୁକେ ସନମ ଭଳି ହିଟ୍ ଫିଲ୍ମର ତଡପ ତଡପ ଟ୍ଟ ସବୁଥିରେ ରହିଥିଲା ତାଙ୍କର ସ୍ୱତନ୍ତ୍ର ଛାପ । କେ.କେ ହିନ୍ଦୀ ସମେତ ତାମିଲ, ତେଲଗୁ, କନ୍ନଡ, ମଲୟାଲମ, ମରାଠୀ ଓ ବଙ୍ଗାଳୀ ସମେତ ବହୁ ଭାଷାରେ ଗୀତ ଗାଇଛନ୍ତି।
କେକେଙ୍କ ଅକାଳ ମୃତ୍ୟୁ ବଲିଉଡକୁ ଏକ ଶକ୍ତ ଝଟକା ସଦୃଶ ହୋଇଥିବାଳ ବେଳେ ଏହି ଖବରକୁ ବହୁ ସେଲିବ୍ରିଟି ବିଶ୍ୱାସ କରିପାର ନାହାନ୍ତି। ସିଙ୍ଗର ବାବୁଲ ସୁପ୍ରିୟୋଙ୍କ ସମେତ ଅନେକ ନିର୍ଦ୍ଦେଶକ ମେଡିକାଲ ଯାଇ କେ.କେଙ୍କ ଶେଷ ଦର୍ଶନ କରିଛନ୍ତି । ଆଜି କୋଲକାତାରେ କେ.କେଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ।




admin 