ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକ

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକ

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକ

ବାରିପଦା: ହୃଦଘାତରେ ଆଖି ବୁଜିଲେ ପୂର୍ବତନ ମନ୍ତ୍ରୀ ବିଧାୟକ ଗୋଲକ ବିହାରୀ ନାଏକ। ଦୀର୍ଘ ଦିନ ଧରି ବୟସାଧୀକ ଅସୁସ୍ଥତାରେ ପୀଡ଼ିତ ଥିବା  ପୂର୍ବତନ ମନ୍ତ୍ରୀ ବିଧାୟକ ଗୋଲକ ବିହାରୀ ନାଏକଙ୍କର ଆଜି ପୂର୍ବାହ୍ନ ୧୦ଟାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

ପୂର୍ବତନ ମନ୍ତ୍ରୀ ବିଧାୟକ ଗୋଲକ ବିହାରୀ ନାଏକ ତିନି ଥର ଓଡିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ରୁ ୨୦୦୯ ମସିହା ପର୍ୟ୍ୟନ୍ତ ବିଭିନ୍ନ ବିଭାଗରେ ମନ୍ତ୍ରୀ ରହିଥିଲେ। ଖୁଣ୍ଟାରୁ ଦୁଇଥର ଓ ଉଦଳା ନିର୍ବାଚନ ମଣ୍ଡଳୀରୁ ଥରେ ବିଧାୟକ ରହିଥିଲେ।

ବୟସାଧୀକ ଅସୁସ୍ଥତା ହେତୁ ତାଙ୍କୁ ବାରିପଦାସ୍ଥିତ ସାଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା।  ମାତ୍ର ସେଠାରେ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଛି।   ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।