ଆଉଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତ‌ଦେହ ଉଦ୍ଧାର

ଆଉଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତ‌ଦେହ ଉଦ୍ଧାର

ଆଉଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତ‌ଦେହ ଉଦ୍ଧାର

କୋଲକତା: ବଙ୍ଗଳା ଚଳଚ୍ଚିତ୍ର ଜଗତକୁ ଲାଗୁଛି ଝଟ୍‌କା ପରେ ଝଟ୍‌କା। ୧୫ ଦିନ ମଧ୍ୟରେ ଜୀବନ ହାରିଲେଣି ୩ ଅଭିନେତ୍ରୀ । ପୂର୍ବରୁ ପଲ୍ଲବୀ ଦେ’ ଓ ବିଦିଶା ମଜୁମଦାର ଜୀବନ ହାରିଥିବା ବେଳେ ଆଜି ଅଭିନେତ୍ରୀ ମଞ୍ଜୁଷା ନିୟୋଗୀଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି।  ବିଦିଶା ଓ ମଞ୍ଜୁସା ଉଭୟ ବେଶ୍ ଘନିଷ୍ଠ ବାନ୍ଧବୀ ଥିବା ବେଳେ ଜଣକ ପରେ ଜଣେ ଜୀବନ ହାରିବା ଘଟଣାକୁ ରହସ୍ୟାବୃତ୍ତ କରୁଛି।

ମଞ୍ଜୁଷା  ନିଜ ପରିବାର ସହ କୋଲକତାର ପଟୋଳି ଅଞ୍ଚଳରେ ରହୁଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ  ଘଟଣାର ତଦନ୍ତ ଆରମ୍ଭ କରିଛି ।

ମଞ୍ଜୁଷାଙ୍କ ମୃତ୍ୟୁ ନେଇ ତାଙ୍କ ମା’ ଦେଇଥିବା ବୟାନ ସମ୍ପୂର୍ଣ୍ଣ ଘଟଣାକୁ ରହସ୍ୟ ଘେରକୁ ଠେଲି ଦେଉଛି। ତାଙ୍କ କହିବାନୁଯାୟୀ, ତାଙ୍କ ଝିଅ ଓ  ବିଦିଶା ଉଭୟ ପରସ୍ପରର ଘନିଷ୍ଠ ଥିଲେ। ଏପରିକି ବିଦିଶାଙ୍କ ସହ ରହିବାକୁ ଚାହୁଁଥିବା ଘରେ କହିଥିଲେ ମଞ୍ଜୁଷା ।  ଉଭୟ ବହୁ ସମୟ କଥା ହେଉଥିଲେ।  ବିଦିଶା ଆତ୍ମହତ୍ୟା କରିବା ପରେ ସମ୍ପୂର୍ଣ୍ଣ ଚୁପଚାପ ହୋଇ ଯାଇଥିଲେ ମଞ୍ଜୁଷା । ଖୁବ୍ ଶୀଘ୍ର ମିଡିଆ ଆମ ଘର ଉପରେ ବି ଫୋକସ୍ କରିବ ବୋଲି କହିଥିଲେ।  ଏହାକୁ ପରିବାର ଲୋକେ ଗୁରୁତର ସହ ନେଇ ନ ଥିବା ବେଳେ ଏପରି ଚରମ ନିଷ୍ପତ୍ତି ନେଇଗଲେ ମଞ୍ଜୁଷା।

ଉଭୟ ମଞ୍ଜୁଷା ଓ ବିଦିଶା ଖୁବ୍ ଅଳ୍ପ ଦିନ ହେବ ଟଲିଉଡ଼ରେ ଏଣ୍ଟ୍ରି କରିଥିବା ବେଳେ ମଡେଲିଂ ବି କରୁଥିଲେ। ବିଦିଶାଙ୍କର ପୂର୍ବରୁ ବୟଫ୍ରେଣ୍ଡ ଥିବା ବେଳେ ମଞ୍ଜୁଷାଙ୍କ ସହ ତାଙ୍କର କ’ଣ ସମ୍ପର୍କ ଥିଲା, କ’ଣ ପାଇଁ ଜଣକ ପରେ ଜଣେ ଉଭୟ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଏବେବି ସସ୍ପେନ୍ସ ଭିତରେ ରହିଛି।

ବିଦିଶା ସୁଇସାଇଡାଲ ନୋଟରେ ତାଙ୍କୁ କ୍ୟାନସର ହୋଇଥିବା କଥା ଉଲ୍ଲେଖ କରିଥିଲେ। କିନ୍ତୁ ସେ ସେପରି କୌଣସି ରୋଗରେ ପୀଡ଼ିତ ଥିବା ଜଣାପଡ଼ିନି। ପୁଲିସ୍ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରୁଛି।

ଏହାପୂର୍ବରୁ ମେ’ ୧୫ ତାରିଖରେ କୋଲକତାର ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ପଳ୍ଲବୀ ଦେ ଆତ୍ମହତ୍ୟା କରିଥିଲେ। ପଲ୍ଲବୀ ଲିଭ- ଇନ୍ରେ ରହୁଥିବା ବେଳେ ତାଙ୍କ ମୃତ୍ୟୁ ନିମନ୍ତେ  ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡଙ୍କୁ ଦାୟୀ କରିଥିଲେ। ପରେ ପୁଲିସ୍ ତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କରିଛି।