ଆଇସୋଲେସନରେ କେଜ୍ରିୱାଲ ।

ଆଇସୋଲେସନରେ କେଜ୍ରିୱାଲ ।

ଆଇସୋଲେସନରେ କେଜ୍ରିୱାଲ ।
ରାଜଧାନୀ ଦିଲ୍ଲର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡି ଯାଇଛି । ସେ ଅସୁସ୍ଥ ଅଛନ୍ତି । ଗତକାଲିଠାରୁ ତାଙ୍କର ଜ୍ୱର ସହିତ ଗଳା ଯନ୍ତ୍ରଣା ହେଉଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବ ଶୀଘ୍ର ନିଜର କୋଭିଡ-୧୯ ପରୀକ୍ଷା କରାଇବେ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ ରବିବାରଠାରୁ ତାଙ୍କର ସମସ୍ତ ବୈଠକ ବାତିଲ କରିଛନ୍ତି ଏବଂ ନିଜକୁ ସଙ୍ଗରୋଧରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ରବିବାର ସନ୍ଧ୍ୟାରେ ଏକ ଅନଲାଇନ୍ ମିଡିଆ ସଂକ୍ଷିପ୍ତ ବୈଠକରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। କରୋନାଭାଇରସ ସଙ୍କଟ ସମୟରେ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାକୁ ଦିଲ୍ଲୀବାସୀଙ୍କ ପାଇଁ ସ୍ୱତନ୍ତ୍ର କରିବାକୁ କେଜ୍ରିୱାଲ ରବିବାର ଦିନ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ଘୋଷଣା କରିଥିଲେ।