ଆଇନଜୀବୀଙ୍କୁ ବାର୍ କାଉନସିଲ ଅଫ୍ ଇଣ୍ଡିଆର ନିଦେ୍ର୍ଧଶ : ତୁରନ୍ତ କାର୍ଯ୍ୟରେ ଯୋଗଦିଅ
ଆଇନଜୀବୀଙ୍କୁ ବାର୍ କାଉନସିଲ ଅଫ୍ ଇଣ୍ଡିଆର ନିଦେ୍ର୍ଧଶ : ତୁରନ୍ତ କାର୍ଯ୍ୟରେ ଯୋଗଦିଅ
admin
Oct 29, 2019 - 06:30
Updated: Oct 29, 2019 - 06:30
କଟକ : ଆଇନଜୀବୀ ଆନେ୍ଦାଳନକୁ ନେଇ ବାର୍ କାଉନସିଲ ଅଫ ଇଣ୍ଡିଆ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତୁରନ୍ତ ଆନେ୍ଦାଳନରୁ ଓହରିବାକୁ ନିଦେ୍ର୍ଧଶ ଦେବା ସହିତ ଏଥିରେ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ଆନେ୍ଦାଳନରୁ ନ ଓହରିଲେ ନିଲମ୍ବିତ ହେବେ ଅଥବା କର୍ମକର୍ତ୍ତା ଆଗକୁ କୌଣସି ନିର୍ବାଚନ ଲଢିବାରୁ ଅଯୋଗ୍ୟ ହେବେ । ଏହି ନିର୍ଦେଶ ପାଳନ ହୋଇଛି କି ନାହିିଁ, ତାହା ଆସନ୍ତା ୩ ତାରିଖ ସୁଦ୍ଧା ବାର କାଉନସିଲକୁ ଅବଗତ କରାଇବା ଲାଗି କୁହାଯାଇଛି ।
ବାର୍ କାଉନସିଲ ଅଫ୍ ଇଣ୍ଡିଆ ଏ ନେଇ ହାଇକୋର୍ଟ ବାର୍ ଆସୋସିଏସନ୍, ସମ୍ବଲପୁର ବାର୍ ଆସୋସିଏସନ୍, ଭୁବନେଶ୍ୱର ବାର୍ ଆସୋସିଏସନ ସମେତ ୬୮ଟି ବାର୍ ଆସୋସିଏସନର ସଭାପତି ଓ ସଂପାଦକଙ୍କୁ ଚିଠି ଲେଖିଛନ୍ତି । ୨୦୧୯ ଅକ୍ଟୋବର ୨୪ରେ ଓଡ଼ିଶାରେ ଆଇନଜୀବୀ ଆନେ୍ଦାଳନ ପ୍ରସଂଗକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହିତ ନେଇଥିବା ବେଳେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ଭାବେ ନଭେମ୍ବର ୮ରେ ଉପସ୍ଥିତ ରହିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହି ପ୍ରସଂଗକୁ ନେଇ ବାର୍ କାଉନସିଲ ଅଫ୍ ଇଣ୍ଡିଆ ବୈଠକରେ ଆଲୋଚନା କରାଯାଇ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଛି । ପ୍ରସ୍ତାବ ସଂପର୍କରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ସମେତ ରାଜ୍ୟର ୬୮ଟି ବାରକୁ ଅବଗତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ୬୮ଟି ବାର୍ ଆସୋସିଏସନକୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ଆଇନଜୀବୀଙ୍କ ସ୍ୱାର୍ଥ ତଥା ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ପ୍ରସ୍ତାବ ଗ୍ରହଣ କରିଛି । ଆଇନଜୀବୀ ଆନେ୍ଦାଳନ ଯୋଗୁଁ କୋର୍ଟର ବହୁ ମୂଲ୍ୟବାନ କାର୍ଯ୍ୟ ଦିବସ ନଷ୍ଟ ହେଉଛି । ଗରିବ ମହକିଲ ଏଥି ଯୋଗୁ କଷ୍ଟ ପାଉଛନ୍ତି ଓ ବିପୁଳ କ୍ଷତି ହେଉଛି । ଏପରି ପରିସ୍ଥିତିରେ ଅଯଥା, ଅଯୌକ୍ତିକ ଓ ଭିତ୍ତିହୀନ କୋର୍ଟ ବର୍ଜନ ଦିନକ ପାଇଁ ମଧ୍ୟ ଗ୍ରହଣୀୟ ନୁହେଁ । ତେଣୁ ହାଇକୋର୍ଟ ବାର୍ ଆସୋସିଏସନ ସମେତ ଓଡ଼ିଶାର ଅନ୍ୟ ଆଇନଜୀବୀ ସଂଘକୁ ତୁରନ୍ତ ଆନେ୍ଦାଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବା ପାଇଁ କୁହାଯାଇଛି ।