ଅସିତ୍ ତ୍ରିପାଠୀଙ୍କ ସୂଚନା: ଆଗାମୀ 7 ଦିନ ଭିତରେ ଭୁବନେଶ୍ବରରେ ପାଞ୍ଚ ହଜାର ଟେଷ୍ଟ କରାଯିବ
ଅସିତ୍ ତ୍ରିପାଠୀଙ୍କ ସୂଚନା: ଆଗାମୀ 7 ଦିନ ଭିତରେ ଭୁବନେଶ୍ବରରେ ପାଞ୍ଚ ହଜାର ଟେଷ୍ଟ କରାଯିବ
admin
Apr 17, 2020 - 07:28
Updated: Apr 17, 2020 - 07:28
କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜିର ଘୋଷଣା କଲେ ମୁଖ୍ୟ ଶାସନ ସଚିବ । ଭୁବନେଶ୍ବର କରୋନାର ହଟସ୍ପଟ୍ ହୋଇଥିବାରୁ ଏଠାରେ ବ୍ୟାପକ ଟେଷ୍ଟ କରାଯିବ । 5 ହଜାର ଯାଏଁ ଟେଷ୍ଟ କ୍ଷମତା ବଢାଇବାକୁ ପ୍ରସ୍ତୁତି କରାଯାଇଛି । ସାତ ଦିନ ମଧ୍ୟରେ ଭୁବନେଶ୍ବରରେ 5 ହଜାରର ଟେଷ୍ଟ ହେବ । ତେବେ ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ ଶାସନ ସଚିବ। ଚାରୋଟି କ୍ୟାଟେଗାରୀରେ ଲୋକଙ୍କୁ ଚୟନ କରାଯାଇ ସାମ୍ପଲ୍ ନିଆଯିବ । ଟ୍ରାଭେଲ୍ ହିଷ୍ଟ୍ରି ଥିବା ଲୋକ, ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ୍ ନିଆଯିବ । 60 ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ । ସେହିପରି ସ୍ବାସ୍ଥ୍ୟ କର୍ମୀ, ପୋଲିସ୍, କର୍ମଚାରୀଙ୍କ ସାମ୍ପଲ୍ ଟେଷ୍ଟ ମଧ୍ୟ କରାଯିବା । ଭୁବନେଶ୍ବରରେ ନମୁନା ସଂଗ୍ରହ ପାଇଁ ସ୍ବତନ୍ତ୍ର କ୍ୟାମ୍ପ୍ କରାଯିବ । ଉଭୟ ସ୍ଥାୟୀ ଓ ଭ୍ରାମ୍ୟମାଣ୍ୟ କ୍ୟାମ୍ପ୍ କରି ସାମ୍ପଲ୍ ସଂଗ୍ରହ କରାଯିବ । ଗୋଟିଏ ଘରୋଇ ଲ୍ୟାବ୍କୁ ମିଶାଇ 7ଟି ଲ୍ୟାବ୍ରେ କରୋନା ପରୀକ୍ଷା ହେବ ।