ଅର୍ଚ୍ଚନା ନାଗଙ୍କ ବିସ୍ଫୋରକ ବୟାନ, ଜାଣନ୍ତୁ କ’ଣ

ଅର୍ଚ୍ଚନା ନାଗଙ୍କ ବିସ୍ଫୋରକ ବୟାନ, ଜାଣନ୍ତୁ କ’ଣ

ଅର୍ଚ୍ଚନା ନାଗଙ୍କ ବିସ୍ଫୋରକ ବୟାନ, ଜାଣନ୍ତୁ କ’ଣ

ଭୁବନେଶ୍ୱର : ଅର୍ଚ୍ଚନା ନାଗ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ମୁଁ ମୁହଁ ଖୋଲିଲେ ସାରା ରାଜ୍ୟ ପରିବର୍ତନ ହୋଇଯିବ । ମୋତେ ଫଶେଇ ଦିଆଯାଇଛି  । ତଥ୍ୟ ପ୍ରମାଣ ସବୁ ଉପସ୍ଥାପିତ କରିବି । ଆଜି ଏମିତି କହିଛନ୍ତି ଅର୍ଚ୍ଚନା ନାଗ  ।

ଅର୍ଚ୍ଚନା ନାଗଙ୍କୁ ଇଡ଼ି ଜେରା କରୁଛି  । ଅର୍ଚ୍ଚନା ଏନେଇ କହିଛନ୍ତିଯେ, ମୁଁ ଇଡ଼ି ଜେରାକୁ ଅପେକ୍ଷା କରିଥିଲି  । ମୋ ମୁହଁ ବନ୍ଦ କରି ରଖାଯାଇଥିଲା । ମୋ ମୁହଁ ଚାପି ଗିରଫ କରାଯାଇଥିଲା  । ମୁଁ ସୁଯୋଗ ଖୋଜୁଥିଲି, କେବେ ମୋତେ କହିବାର ସୁଯୋଗ ମିଳିବ  । ମୋ ନାଁରେ ମିଡ଼ିଆ ମିଛ କଥା ସବୁ ପ୍ରକାଶିତ କରୁଛି  । ମୋର ୫ ବର୍ଷର ପିଲା, ତା’ ଲୁହ ସମସ୍ତଙ୍କ ଉପରେ ପଡ଼ିବ । ତଥ୍ୟ ପ୍ରମାଣ ନପାଇ ଦୟାକରି କଳଙ୍କିତ କରାନଯାଉ ବୋଲି ଅର୍ଚ୍ଚନା କହିଛି  ।

ଅର୍ଚ୍ଚନାର ଏଭଳି ମନ୍ତବ୍ୟ ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିକରିଛି । ଅର୍ଚ୍ଚନା ନାଗ ସହ ବହୁ ବଡ଼ବଡ଼ିଆଙ୍କର ସଂପୃକ୍ତି ଥିବା କୁହାଯାଉଛି । ତେବେ ଅର୍ଚ୍ଚନା ସମସ୍ତଙ୍କ ଗୁମର ଖୋଲିବେ ବୋଲି କହିବା ପରେ ବଡ଼ବଡ଼ିଆଙ୍କର ନିଦ ହଜିଯାଇଛି  । ଅର୍ଚ୍ଚନା ପାଖରେ କି ତଥ୍ୟ ଅଛି, କେଉଁ ପ୍ରଭାବଶାଳୀ ବ୍ୟକ୍ତି ଓ ନେତାଙ୍କ ନାମ ସେ କହିବେ, ଅର୍ଚ୍ଚନା ସହ କିଭଳି ସମ୍ପର୍କ ସେମାନଙ୍କର ଥିଲା, କେବଳ ଯୌନ କାରବାର ପାଇଁ ସେମାନେ ଅର୍ଚ୍ଚନାଙ୍କ ସହ ସଂପୃକ୍ତ ଥିଲେ ନା କଳାଟଙ୍କା କାରବାର ହେଉଥିଲା ଆଦି ତମାମ ଦିଗକୁ ନେଇ ସରଗରମ ଆଲୋଚନା ହେଉଛି  । ତେବେ ସାତ ଦିନ ଭିତରେ ସେ ବହୁତ ତଥ୍ୟ ଦେବେ । ଅଧଘଂଟା ଆସି ମିଡ଼ିଆ ଆଗରେ ସବୁ କହିବେ । ଦୁଇଜଣ ବ୍ୟକ୍ତି ତାଙ୍କୁ ଫସାଇ ଦେଇଛନ୍ତି ବୋଲି ଅର୍ଚ୍ଚନା କହିଛନ୍ତି  ।