ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ, ଆସନ୍ତା ୧୪ରେ ଦଣ୍ଡ ଘୋଷଣା

ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ, ଆସନ୍ତା ୧୪ରେ ଦଣ୍ଡ ଘୋଷଣା

ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ,  ଆସନ୍ତା ୧୪ରେ ଦଣ୍ଡ ଘୋଷଣା

ଭୁବନେଶ୍ଵର: ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ। ଅଲକାଏଦା ଲିଙ୍କରେ ବେଆଇନ କାର୍ୟ୍ୟକଳାପରେ ଶନିବାର ଦିଲ୍ଲୀ ପଟିଆଲା କୋର୍ଟ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତା ସହ  ଆଉ ୪ ଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ୧୪ରେ ଦଣ୍ଡ ଘୋଷଣା କରିବେ ଦିଲ୍ଲୀ ପଟିଆଲା କୋର୍ଟ।

ଦିଲ୍ଲୀ ପୋଲିସ ଓ କମିଶନରେଟ ପୋଲିସ ରେଡ୍ କରି କଟକ ଜଗତପୁର ପଶ୍ଚିମକଚ୍ଛ ଗାଁରୁ ରେହମାନକୁ ଗିରଫ କରିଥିଲା। ଅବଦୁଲ ରେହମାନ ବେଆଇନ ଭାବେ ପାକିସ୍ତାନ ଗସ୍ତ କରିଥିବା ତଦନ୍ତରୁ ଜଣା ପଡିଥିଲା। ପାକିସ୍ତାନରେ  ପ୍ରମୁଖ ଆତଙ୍କୀ ସଂଗଠନକୁ ଭେଟୁଥିବାରୁ ତଥ୍ୟ ପ୍ରମାଣ ମିଳିବା ପରେ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଛି।