ଅବକାରୀ ସ୍କାଡ୍‌ ହେପାଜତରେ ଚାଲିଗଲା ଯୁବକଙ୍କ ଜୀବନ

ଅବକାରୀ ସ୍କାଡ୍‌ ହେପାଜତରେ ଚାଲିଗଲା ଯୁବକଙ୍କ ଜୀବନ

ଅବକାରୀ ସ୍କାଡ୍‌ ହେପାଜତରେ ଚାଲିଗଲା ଯୁବକଙ୍କ ଜୀବନ

କଟକ: ଚୌଦ୍ୱାର ଅବକାରୀ ସ୍କାଡ୍‌ ହେପାଜତରେ ଜଣେ ଯୁବକଙ୍କ ଜୀବନ ଯାଇଛି । ଯୁବକ ଜଣକ  ଅସୁସ୍ଥ ହେବାରୁ ତାଙ୍କୁ କଟକ ଏସସିବି ଡାକ୍ତରଖାନାରେ ଅବକାରୀ ସ୍କାଡର କର୍ମଚାରୀ ମାନେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦେଶୀ ମଦ ବେପାର ଅଭିଯୋଗରେ ଯୁବକଙ୍କୁ ପୁଲିସ ଧରିଥିଲା। 

ମଦ ଜବତ କରିବା ସହ ଯୁବକଙ୍କୁ ରାତିରେ କାର୍ୟ୍ୟାଳୟରେ ଅଟକ ରଖିଥିଲା ଅବକାରୀ ସ୍କାଡ୍‌ । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏସସିବି ନିଆଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଘଟଣାକୁ ନେଇ ମୃତ ଯୁବକଙ୍କ ଭାଇ ଅଭିଯୋଗ ଆଣିଛନ୍ତି । ଅଭିଯୋଗରେ ଯୁବକଙ୍କୁ ମାଡ଼ ମାରି ଜୀବନ ନେଇଥିବା କହିଛନ୍ତି ଯୁବକଙ୍କ ଭାଇ ।