ଅନୁଭବ ଯୁକ୍ତ ୨ ଫେଲ: କଂଗ୍ରେସ

ଅନୁଭବ ଯୁକ୍ତ ୨ ଫେଲ: କଂଗ୍ରେସ

ଅନୁଭବ ଯୁକ୍ତ ୨ ଫେଲ: କଂଗ୍ରେସ
ଭୁବନେଶ୍ୱର: ବର୍ଷା ଓ ଅନୁଭବ ମହାନ୍ତିଙ୍କ ବିବାଦ ମଧ୍ୟରେ ରାଜନୀତି ପଶିଯାଇଛି । ଅନୁଭବ ବିଜେଡିର ସାଂସଦ ହୋଇଥିବାରୁ ବିରୋଧୀ ଏବେ ନାକରେ କାଠି ପୁରାଇ ଛିଙ୍କିବା ଆରମ୍ଭ କରିଦେଇଛନ୍ତି । ପୂର୍ବରୁ ଅନୁଭବଙ୍କ ଇସ୍ତଫା ଦାବି ନେଇ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଘୋଷଣା କରିଥିବାବେଳେ ଏବେ କଂଗ୍ରେସ ଅନୁଭବଙ୍କ ନାମରେ ନୂଆ ଅଭିଯୋଗ ଆଣିଛି । ଅନୁଭବ ଯୁକ୍ତ ୨ ଫେଲ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । କଂଗ୍ରେସର ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ କନ୍ଦରପୁର କଲେଜରେ ପଢୁଥିବା କଥା ସତ୍ୟପାଠ ଦେଇଛନ୍ତି । ତେବେ +୨ ଫେଲ ହୋଇ ସେ କନ୍ଦରପୁର କଲେଜରେ କେମିତି ନାମ ଲେଖାଇଥିଲେ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ଏଥିସହ ରାଜ୍ୟ ସରକାର ଏହି ଅଭିଯୋଗର ରାଜନୈତିକ ଓ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି । ନଚେତ କଂଗ୍ରେସ ଆଇନଗତ ଲଢେଇ ଲଢିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି ।