ଜମି ବିବାଦ ଯୋଗୁଁ ଚାରି ବର୍ଷୀୟ ନିରୀହ ଶିଶୁଙ୍କୁ ଇଲେକ୍ଟ୍ରିକ ଚେଙ୍କ

ଜମି ବିବାଦ ଯୋଗୁଁ ଚାରି ବର୍ଷୀୟ ନିରୀହ ଶିଶୁଙ୍କୁ ଇଲେକ୍ଟ୍ରିକ ଚେଙ୍କ

ଜମି ବିବାଦ ଯୋଗୁଁ ଚାରି ବର୍ଷୀୟ ନିରୀହ ଶିଶୁଙ୍କୁ ଇଲେକ୍ଟ୍ରିକ ଚେଙ୍କ
ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ଷାଠିଏ ବର୍ଷୀୟ ବୃଦ୍ଧ ପଡୋଶରେ ରହୁଥିବା ୪ ବର୍ଷ ନିରୀହ ଶିଶୁକୁ ଇଲେକ୍ଟ୍ରିକ୍‌ ହିଟରର ଝଟ୍‌କା ଦେଇଥିବାର ସୂଚନା ମିଳିଛି । ଇଲେକ୍ଟ୍ରିକ୍‌ ଝଟ୍‌କା ଖାଇବା ଫଳରେ ଶିଶୁଟି ଗୁରୁତର ହୋଇପଡିଛି । ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଥିବାବେଳେ ଆହତ ଶିଶୁଟି ହସ୍ପିଟାଲରେ ଚିକିତ୍ସା ହେଉଥିବାର ସୂଚନା ରହିଛି । ପୋଲିସ୍‌ ସୂଚନା ଅନୁସାରେ ଜିଲ୍ଲାର ସୋଗବା ସହରର ମିଲାପୁର ଅଞ୍ଚଳରେ ସୁରେଶ ଚିଂଚୋଲ୍‌କର ଓ ମହାଦେବ ଲାମ୍ବେ ରହୁଥିଲେ । ଦୁହିଁଙ୍କ ମଧ୍ୟରେ ଏକ ପ୍ଲଟକୁ ନେଇ ଚୁକ୍ତି ହୋଇଥିଲା । ତେବେ ଚୁକ୍ତି ହେବା ପରେ ୬୦ ବର୍ଷୀୟ ମହାଦେବ ଲାମ୍ବେଙ୍କୁ ଉକ୍ତ ପ୍ଲଟର ମୂଲ୍ୟ ଅଧିକ ହେବା ଦରକାର ବୋଲି ଭାବିଥିଲେ । ପ୍ଲଟର ଦାମ କମ୍‌ ମିଳିଥିବା କାରଣରୁ ରାଗରେ ରହିଥିଲେ ଅଭିଯୁକ୍ତ ମହାଦେବ ଲାମ୍ବେ । ଚାରି ବର୍ଷୀୟ ଦର୍ଶନ ଚିଞ୍ଚୋଲକର ଘରୁ ବାହାରେ ଖେଳୁଥିବାବେଳେ ଅଭିଯୁକ୍ତ ଶିଶୁଟିକୁ ଘରକୁ ଡାକି ଇଲେକେଟ୍ରିକ୍‌ ହିଟରର ଝଟ୍‌କା ଦେଇଥିଲେ । ଶିଶୁଟିର ଚିତ୍କାର ଶୁଣି ଶିଶୁଟିର ମା’ ପହଞ୍ଚି ଦେଖିଲେ ଅଭିଯୁକ୍ତ ଅମାନବୀୟ ଭାବେ ଶିଶୁଟିକୁ ଝଟ୍‌କା ଦେଉଥିଲେ । ପୀଡ଼ିତ ଶିଶୁର ପିତାଙ୍କ ଅଭିଯୋଗ କ୍ରମେ ସୋଗାବ ପୋଲିସ୍‌ ଧାରା ୩୦୭ ଅନ୍ତର୍ଗତ ମାମଲା ରୁଜୁ ଅଭିଯୁକ୍ତକୁ ଗିରଫ କରିଛି ।