ଅନନ୍ୟ ଉପାୟରେ ଡଙ୍ଗା ଭସାଇଲେ ଶ୍ରୀରାମ ନଗର ବାସିନ୍ଦା

ଅନନ୍ୟ ଉପାୟରେ ଡଙ୍ଗା ଭସାଇଲେ ଶ୍ରୀରାମ ନଗର ବାସିନ୍ଦା

ଅନନ୍ୟ ଉପାୟରେ ଡଙ୍ଗା ଭସାଇଲେ ଶ୍ରୀରାମ ନଗର ବାସିନ୍ଦା
କଟକ : କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଡଙ୍ଗାଭସା ଉପରେ କଟକଣା ଜାରି କରାଯାଇଥିଲା । ଟ୍ୱିନ ସିଟିର ସମସ୍ତ ନଦୀ ଏବଂ ପୋଖରୀରେ ଡଙ୍ଗା ଭସାଇବା ପାଇଁ କଟକଣା ଜାରି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି କଟକ ସ୍ଥିତ ଶ୍ରୀରାମ ନଗର ଅନ୍ତର୍ଗତ ଗୋକୁଳ କଲୋନୀର ବାସିନ୍ଦା ଏକ ଅନନ୍ୟ ଉପାୟରେ ଡଙ୍ଗା ଭସାଇଛନ୍ତି । କଲୋନୀ ପରିସରରେ ଏକ କୃତ୍ରିମ ହ୍ରଦ ନିର୍ମାଣ କରି କରୋନା ଗାଇଡଲାଇନ ଅନୁଯାୟୀ ଡଙ୍ଗାଭସା ଉତ୍ସବ ପାଳନ କରାଯାଇଥିଲା । ଗୋକୁଳ କଲୋନୀର ସମସ୍ତ ବାସିନ୍ଦାଙ୍କ ସହିତ ପ୍ରଶାନ୍ତ ମିଶ୍ର, ସୁଶାନ୍ତ କୁମାର ଲେଙ୍କା, କାଶୀ ବିଶ୍ୱନାଥ ଦାଶ ଏବଂ ଲକ୍ଷ୍ମୀଧର ସାହୁ ପ୍ରମୁଖ ନିଜ ପରିବାର ସହିତ ଏହି ଉତ୍ସବରେ ସାମିଲ ହୋଇଥିଲେ ।