ଅଦାରେ କେଶ ଚର୍ଚ୍ଚା ...
ଅଦାରେ କେଶ ଚର୍ଚ୍ଚା ...
admin
Dec 16, 2019 - 12:59
Updated: Dec 16, 2019 - 12:59
ଭାରତରେ ବିଭିନ୍ନ ବ୍ୟଞ୍ଜନରେ ଅଦାର ବ୍ୟବହାର ହୋଇଥାଏ । ଏପରିକି ଦିନର ଆରମ୍ଭ ଅଦା ଚା’ରେ ହିଁ ହୋଇଥାଏ । ବିଶେଷଜ୍ଞ ମଧ୍ୟ ପରାମର୍ଶ ଦେଇଥାନ୍ତି ଯେ ଅଦା ଚା’ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଏହା କେଶ ଝଡ଼ା ନିମନ୍ତେ ମଧ୍ୟ ଉତ୍ତମ ଔଷଧ । ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମ୍ୟାଗ୍ନେସିୟମ ପୋଟାସିୟମ ଭରପୁର ଅଦାରସ ପ୍ରତ୍ୟହ ସେବନ କରିବା କେଶ ନିମନ୍ତେ ଖୁବ୍ ଭଲ ।
ଅଦାରେ କେଶ ଚର୍ଚ୍ଚା ହେନା ପ୍ୟାକ୍ କେଶ ପାଇଁ ପ୍ରସ୍ତୁତ କରୁଥିବା ବେଳେ ସେଥିରେ ୧ ଚାମଚ ଅଦାରସ ମିଶାଇ ଦିଅନ୍ତୁ । କେଶ ଶୁଷ୍କତାରୁ ରକ୍ଷା ପାଇବା ସହ ସଂକ୍ରମଣ ମଧ୍ୟ ହୋଇନଥାଏ ।
କେଶରେ ରୁପି ହେଉଥିଲେ ଲେମ୍ବୁରସ ଓ ଅଦାରସକୁ ମିଳିତ ଭାବେ ୧୦ ମିନିଟ ପାଇଁ ଲଗାଇ ଶାମ୍ପୁ କରିନେବେ । ସପ୍ତାହକୁ ଥରୁଟିଏ ଏହି ଉପାୟ କରନ୍ତୁ ।
କେଶ ଘନତ୍ୱ ନିମନ୍ତେ ମଧ୍ୟ ଅଦା ହିତକାରୀ । ଦୈନିକ ସକାଳ ବେଳା ଖାଲିପେଟରେ ଅଧ କପ୍ ଉଷୁମ ପାଣିରେ ଅଦାରସ ମିଶାଇ ପିଇଲେ ଲାଭ ମିଳେ ।
ଅକାଳ ପକ୍ୱତାରୁ ବର୍ତ୍ତିବା ନିମନ୍ତେ ଅଦାରସ କୁ କେଶମୂଳରେ ସପ୍ତାହକୁ ୨ ଥର ମାଲିସ କଲେ ଫରକ ଜାଣିପାରିବେ ।