ଅଟୋ ଚାଳକଙ୍କୁ ୩୦ ହଜାର ଫାଇନ୍ ।

ଅଟୋ ଚାଳକଙ୍କୁ ୩୦ ହଜାର ଫାଇନ୍ ।

ଅଟୋ ଚାଳକଙ୍କୁ ୩୦ ହଜାର ଫାଇନ୍ ।
ସମ୍ବଲପୁର: ପୂର୍ବଥର ୪୭ ହଜାର ଫାଇନ ଗଣି ଚର୍ଚ୍ଚାକୁ ଆସିଥିଲେ ଭୁବନେଶ୍ୱରର ଜଣେ ଅଟୋ ଚାଳକ । ସେହିପରି ଆଜି ସମ୍ବଲପୁର ପରିବହନ ବିଭାଗ ହାତରେ ଧରାପଡ଼ିଛନ୍ତି ନିୟମ ଉଲଙ୍ଘନକାରୀ ଅଟୋ ଚାଳକ । ଲକ୍ଷ୍ମୀ ଟକିଜ ଛକ ନିକଟରେ ଧରାପଡ଼ି ୩୦ ହଜାର ୫୦୦ ଟଙ୍କାର ଚାଲାଣ କାଟିଛି ପୋଲିସ । ବିନା ପଞ୍ଜିକରଣ ଓ ଡ଼ିଏଲ ପାଇଁ ୫ ହଜାର ଟଙ୍କା, ଓଭରଲୋଡ଼ିଂ ପାଇଁ ୨୦ ହଜାର ଏବଂ ସାଧାରଣ ଅପରାଧ ପାଇଁ ୫୦୦ ଟଙ୍କାର ଫାଇନ ଗଣିଲେ ଅଟୋ ଚାଳକ । ୬ ମାସ ର ମହଲତ ପରେ ମଧ୍ୟ ଏଭଳି ନିୟମ ଉଲଙ୍ଘନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।