ଅଟୋକୁ ପିଟିଲା ଟ୍ରକ, ୩ ମୃତ
ଅଟୋକୁ ପିଟିଲା ଟ୍ରକ, ୩ ମୃତ
ଆନନ୍ଦପୁର : ଆନନ୍ଦପୁର ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଟି ଅତ୍ୟନ୍ତ ଭୟଙ୍କର ଥିଲା । ଏକ ଟ୍ରକ ଅଟୋକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଅପରପକ୍ଷରେ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ଏକ ଅଟୋ ସାତକୋଶିଆରୁ ହାଟିଡ଼ିହି ଫେରୁଥିଲା । ଅଟୋରେ କେତେଜଣ ବସିଥିଲେ ସେନେଇ ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ୬/୭ ଜଣ ବସିଥିବା ଜାଣିବାକୁ ମିଳିଛି । ଅଟୋରେ ସେମାନେ ଯାଉଥିବାବେଳେ ହଠାତ ଏକ ଟ୍ରକ ଖୁବଜୋରରେ ପିଟିଦେଇଥିଲା । ଟ୍ରକଟି ପିଟିଦେବାରୁ ଅଟୋଟି କିଛି ବାଟ ଛିଟିକି ଯାଇଥିଲା । ଅଟୋରେ ବସିଥିବା ଯାତ୍ରୀମାନେ ମଧ୍ୟ ଛିଟିକି ପଡ଼ିଥିଲେ । ଫଳରେ ସେହି ଠାରେ ହିଁ ଅଟୋରେ ବସିଥିବା ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ତେବେ ଦୁଇଜଣ ଗୁରୁତର ହୋଇପଡ଼ିଛନ୍ତି । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ପରେପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ପୁଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିବାବେଳେ ତଦନ୍ତ ଆରମ୍ଭ କରିଛି । ତେବେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି ।




admin 