ଅକ୍ଟୋବରରୁ ଖୋଲିବ ସିନେମା ହଲ୍!

ଅକ୍ଟୋବରରୁ ଖୋଲିବ ସିନେମା ହଲ୍!

ଅକ୍ଟୋବରରୁ ଖୋଲିବ ସିନେମା ହଲ୍!
ନୂଆଦିଲ୍ଲୀ: ଦେଶରେ ଅନଲକ ୪.୦ ପ୍ରକି୍ରୟା ଆରମ୍ଭ ହୋଇଛି । ଧୀରେ ଧୀରେ ବିଭିନ୍ନ କ୍ଷେତ୍ର ସ୍ୱାଭାବିକ ହେଉଛି । କୋଭିଡ ଗାଇଡଲାଇନ ମାନି ଯାନବାହାନ ଚଳାଚଳ ଠାରୁ ଆରମ୍ଭ କରି ଦୋକାନ ବଜାର ଖୋଲିଛି । ତେବେ ଅକ୍ଟୋବର ୧ ରୁ ଦେଶର ସିନେମା ହଲ ଗୁଡ଼ିକ ଖୋଲିବ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରଚାର ହେଉଥିଲା । ଏହି ଖବର ସତ ନା ମିଛ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅକ୍ଟୋବର ୧ ରୁ ଦେଶର ସମସ୍ତ ସିନେମା ହଲ ଗୁଡ଼ିକ ଖୋଲିବ ବୋଲି ଗୃହ ମନ୍ତ୍ରଣାଳୟକୁ ଉଦ୍ଧାର କରି କିଛି ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ପିଆଇବି ଫ୍ୟାକ୍ଟ ଚେକ ପକ୍ଷରୁ ଏହାକୁଖଣ୍ଡନ କରାଯାଇଛି । ଏଭଳି ଖବର ମିଥ୍ୟା ଓ ଗୁଜବ ବୋଲି କୁହାଯାଇଛି । ସିନେମା ହଲ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଭଳି କିଛି ନିଷ୍ପତ୍ତି ନିଆଯାଇନାହିଁ ବୋଲି ପିଆଇବି ଫ୍ୟାକ୍ଟ ଚେକ ପକ୍ଷରୁ ଟ୍ୱିଟ୍ କରାଯାଇଛି । ତେବେ ଏହି ଖବରକୁ ନେଇ ଏବେ ସାରା ଦେଶରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।