୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ

୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ

୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ
ଖୋର୍ଦ୍ଧା: ସାମୁଦ୍ରିକ ବାତ୍ୟା ଫୋନି ପାଇଁ ୧ ରୁ ୫ ତାରିଖ ପର୍ଯ୍ୟନ୍ତ କୌଣସି ଡଙ୍ଗା ଚିଲିକାରେ ଚାଲିବନି । ପ୍ରଶାସନ ନିର୍ଦ୍ଦେଶ ପରେ କାଳିଜାଇ ମୋଟର ବୋଟ୍ ଆସୋସିଏସନ ପକ୍ଷରୁ ନୋଟିସ୍ ଜାରୀ କରାଯାଇଛି । ଚିଲିକା ମଧ୍ୟକୁ କୌଣସି ମାଛଧରା ଡଙ୍ଗା ନେବାକୁ ସଂଘ ବାରଣ କରିଛି । ପର୍ଯ୍ୟଟକମାନେ ଯେଭଳି ଚିଲିକା ଭିତରକୁ ନଯିବେ ସେନେଇ ସଂଘ ନୋଟିସ ମାଧ୍ୟମରେ ଜଣାଇ ସାରିଛି । ୧ ତାରିଖ ସକାଳ ସୁଦ୍ଧା ସମସ୍ତ ଡଙ୍ଗା ଓ ବୋଟ ଚିଲିକା ଭିତରୁ ଉପରକୁ ଉଠାଯିବ ।