୪୮ ଦଳିଆ ବିଶ୍ୱକପ ଆୟୋଜନ ପ୍ରସ୍ତାବକୁ ଖାରଜ କଲା ଫିଫା
୪୮ ଦଳିଆ ବିଶ୍ୱକପ ଆୟୋଜନ ପ୍ରସ୍ତାବକୁ ଖାରଜ କଲା ଫିଫା
admin
May 24, 2019 - 06:17
Updated: May 24, 2019 - 06:17
ଲାଉସାନେ: ୨୦୨୨ରେ କାତାରରେ ଖେଳାଯିବାକୁ ଥିବା ବିଶ୍ୱକପ ଫୁଟବଲରେ ୪୮ଟି ଦଳକୁ ସାମିଲ କରିବାକୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ତାହାକୁ ଖାରଜ କରିଛି ଫିଫା । କାତାରରେ ଖେଳାଯିବାକୁ ଥିବା ଫୁଟବଲ ବିଶ୍ୱକପରେ ୩୨ଟି ଦଳ ପରିବର୍ତେ ୪୮ଟ ି ଦଳକୁ ସାମିଲ କରିବାକୁ ପ୍ରୟାସ ଆରମ୍ଭ ହୋଇଥିଲା । ପ୍ରଥମେ ଏହି ପ୍ରସ୍ତାବକୁ ଫିଫା ସମର୍ଥନ କରିଥିଲା । ୪୮ଟି ଦେଶକୁ ନେଇ ବିଶ୍ୱକପ ଫୁଟବଲ ଆୟୋଜନ ଦ୍ୱାରା ଅଧିକ ୩ରୁ ୪ ଶହ ନିୟୁତ ଡଲାର ଅର୍ଥ ଆୟ ହୋଇପାରିବ ବୋଲି ଫିଫା ତରଫରୁ ଆକଳନ କରାଯାଇଥିଲା । ୪୮ଟି ଦଳକୁ ନେଇ ବିଶ୍ୱକପ ଆୟୋଜନ ହେଲେ କେତେକ ମ୍ୟାଚ କାତାରର ପଡୋଶୀ ରାଷ୍ଟ୍ରରେ କରାଯିବାକୁ ପ୍ରସ୍ତାବ ଥିଲା । ତେବେ ପଡୋଶୀ ରାଷ୍ଟ୍ରଗୁଡିକ ସହ କାତାରର ଭଲ ସମ୍ପର୍କ ନଥିବାରୁ ମ୍ୟାଚ ଆୟୋଜନ ନେଇ ସମସ୍ୟା ଉପୁଜିବାର ଆଶଙ୍କା ଦେଖା ଦେଇଥିଲା । ଏଥିସହ ୪୮ ଦଳିଆ ବିଶ୍ୱକପ ଆୟୋଜନକୁ କେତେକ ମହଲରୁ ବିରୋଧ ମଧ୍ୟ କରାଯାଇଥିଲା ।
ଏସବୁ ବିଷୟକୁ ଦୃଷ୍ଟିରେ ରଖି ୪୮ଟି ଦଳକୁ ନେଇ ବିଶ୍ୱକପ ଆୟୋଜନ ପ୍ରସ୍ତାବକୁ ଫିଫା ଖାରଜ କରି ଦେଇଥିବା ଜଣାପଡିଛି । ଏସମ୍ପର୍କରେ ଫିଫା ତରଫରୁ ଏକ ବିଜ୍ଞପ୍ତି ଜାରି କରାଯିବା ସହ ଆସନ୍ତା ଜୁନ ୫ରେ ଆୟୋଜିତ ହେବାକୁ ଥିବା ଫିଫା କଂଗ୍ରେସ ବୈଠକରେ ୪୮ ଦଳିଆ ବିଶ୍ୱକପ ଆୟୋଜନ ନେଇ କୌଣସି ଆଲୋଚନା ହେବା ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି ।