୨୪ ଘଣ୍ଟାରେ ରାଜ୍ୟରେ ୧୨ ହଜାର ୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
୨୪ ଘଣ୍ଟାରେ ରାଜ୍ୟରେ ୧୨ ହଜାର ୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
admin
May 23, 2021 - 06:32
Updated: May 23, 2021 - 06:32
ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୨ ହଜାର ୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧୯୫ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୫୬୫୭ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨କୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୦୯ ଜଣ, କଟକରୁ ୧୦୭୩ ଜଣ,ଅନୁଗୁଳରୁ ୮୭୪ ଜଣ, ସୁନ୍ଦରଗଡ଼ରୁ ୮୪୮ ଜଣ,କଳାହାଣ୍ଡିରୁ ୬୬୮ ଜଣ,ମୟୂରଭଞ୍ଜରୁ ୫୮୬ ଜଣ,ବାଲେଶ୍ବରରୁ ୫୦୮ ଜଣ, ଢ଼େଙ୍କାନାଳରୁ ୪୮୨ ଜଣ, ପୁରୀରୁ ୪୭୨ ଜଣ, ବରଗଡ଼ରୁ ୪୬୧ ଜଣ, ସମ୍ବଲପୁରରୁ ୩୫୫ ଜଣ,ଝାରସୁଗୁଡ଼ାରୁ ୩୯୯ ଜଣ,ବୌଦ୍ଧରୁ ୩୪୭ ଜଣ, ନବରଙ୍ଗପୁରରୁ ୩୪୪ ଜଣ,ଗଞ୍ଜାମରୁ ୩୪୦ ଜଣ, ଯାଜପୁରରୁ ୩୩୭ ଜଣ, ନୟାଗଡ଼ରୁ ୩୩୧ ଜଣ,କୋରାପୁଟରୁ ୨୭୨ ଜଣ,ବଲାଙ୍ଗୀରୁ ୨୭୪ ଜଣ, ରାୟଗଡ଼ାରୁ ୧୯୮ ଜଣ, କେନ୍ଦୁଝରରୁ ୧୮୦ ଜଣ, ଭଦ୍ରକରୁ ୧୫୧ ଜଣ, ମଲକାନଗିିରି ୧୧୪ ଜଣ,ଦେବଗଡ଼ରୁ ୧୦୫ ଜଣ, କନ୍ଧମାଳରୁ ୧୦୪ ଜଣ,ଗଜପତିରୁ ୭୭ ଜଣ, ନୂଆପଡ଼ାରୁ ୭୦ ଜଣ, ସୋନପୁରରୁ ୫୫ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୩୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬ ଲକ୍ଷ ୯୨ ହଜାର ୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧ ଲକ୍ଷ ୧୧ ହଜାର ୮୬୨ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୫ ଲକ୍ଷ ୭୭ ହଜାର ୯୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୪୫୬ ଜଣଙ୍କର ମୃତ୍ୟୁ ହୋଇଛି ।