୨୪ ଘଂଟାରେ ୧୮୮ ଆକ୍ରାନ୍ତଙ୍କ ମୃତୁ୍ୟ

୨୪ ଘଂଟାରେ ୧୮୮ ଆକ୍ରାନ୍ତଙ୍କ ମୃତୁ୍ୟ

୨୪  ଘଂଟାରେ ୧୮୮ ଆକ୍ରାନ୍ତଙ୍କ ମୃତୁ୍ୟ
ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ପ୍ରାୟ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ଏବେ କରୋନା ଯୋଗୁଁ ଦେଶକୁ ଏପରି ଅନୁଭୂତ ହେଲାଣୀ ଯେ କରୋନାର ଦ୍ୱିତୀୟ ଲହରୀ ଯେପରି ମାଡି ଆସୁଛି । କରେନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । ତଥାପି ଦେଶରେ କରୋନା ସଂଖ୍ୟା କମିବାର ନାଁ ଧରୁନି । ଆଜି ଆମ ଦେଶରେ ଗୋଟିଏ ଦିନରେ ୨୮,୯୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୧୮୮ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୫୯ ହଜାର ୪୪ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୮ ହଜାର ୭୩୪ରେ ପହଂଚିଛି । ଦେଶରେ ୨,୩୪, ୪୦୬ ଜଣ କରୋନା ଆକ୍ରାନ୍ତରେ ସକ୍ରିୟ ରହି ଚିକିତ୍ସୀତ ହେଉଛନ୍ତି । ସେହପିରି ୧,୧୦,୪୫, ୨୮୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।