୨୦୨୩ ସୁଦ୍ଧା ଓଡ଼ିଶା ହେବ ବସ୍ତି ମୁକ୍ତ : ପଞ୍ଚାୟତରାଜ ମନ୍ତ୍ରୀ

୨୦୨୩ ସୁଦ୍ଧା ଓଡ଼ିଶା ହେବ ବସ୍ତି ମୁକ୍ତ : ପଞ୍ଚାୟତରାଜ ମନ୍ତ୍ରୀ

୨୦୨୩ ସୁଦ୍ଧା ଓଡ଼ିଶା ହେବ ବସ୍ତି ମୁକ୍ତ : ପଞ୍ଚାୟତରାଜ ମନ୍ତ୍ରୀ

ଭୁବନେଶ୍ୱର: ୨୦୨୩ ସୁଦ୍ଧା ଓଡ଼ିଶା ବସ୍ତି ମୁକ୍ତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି  । ସେ କହିଛନ୍ତି ଯେ, ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା । ଅନ୍ୟ ଜନବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ । ରାଜ୍ୟରେ ଆଉ ରହିବ ନାହିଁ ବସ୍ତି । ବସ୍ତି ବାସିନ୍ଦାଙ୍କ ନିକଟରେ ସରକାର ସମସ୍ତ ବ୍ୟବସ୍ଥା ପହଞ୍ଚାଇବେ ବୋଲି ଶ୍ରୀ ଜେନା କହିଛନ୍ତି । ଏହା ସହ ବିଜୁଳି, ସଡକ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ଉପରେ ଗୁରୁତ୍ୱ ଦିଆଯିବ । ରାଜ୍ୟର ସମସ୍ତ ପୌରଳକୁ ମିଳୁଥିବା ବ୍ୟୟ ବରାଦର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ଖଚ୍ଚ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟର ୫ ମହାନଗର ସମସ୍ତ ପୌରାଞ୍ଚଳ ଓ ବିଜ୍ଞପିତ ଅଞ୍ଚଳରେ ଥିବା ବସ୍ତିର ବିକାଶ ପାଇଁ ସରକାର ବର୍ଷେ ହେଲାଣି ଯୋଜନା ପ୍ରସ୍ତୁତ କଲେଣି । ବଜେଟରେ ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ ରାସ୍ତାଘାଟର ଉନ୍ନତିକରଣ ସାଙ୍ଗକୁ ପାନୀୟ ଜଳ ଯୋଗାଣ, ବର୍ଜ୍ୟ ପରିଚାଳନା ପ୍ରଭୃତି କରାଯିବା କଥା । ଏଥିପାଇଁ ରାଜ୍ୟ ୫ମ ଅର୍ଥ ଆୟୋଗ ଓ ଭାରତ ସରକାରଙ୍କ ପଞ୍ଚଦଶ ଅର୍ଥ ଆୟୋଗଙ୍କ ପକ୍ଷରୁ ଅର୍ଥ ବରାଦ ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦିଆଯାଇଥିବା ଅର୍ଥରୁ ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ବୁଧବାର ରାଜ୍ୟ ପୌର ନିଦେ୍ର୍ଧଶକ ସଂଗ୍ରାମଜିତ ନାୟକ ସମସ୍ତ ପୌର ପ୍ରଶାସନଙ୍କୁ ପତ୍ରଲେଖି ଅବଗତ କରିଛନ୍ତି ।