୨୦୨୦ର ଭାଇରାଲ ରାଜନୈତିକ ଟ୍ୱିଟ , ଜାଣନ୍ତୁ କଣ

୨୦୨୦ର ଭାଇରାଲ ରାଜନୈତିକ ଟ୍ୱିଟ , ଜାଣନ୍ତୁ କଣ

୨୦୨୦ର ଭାଇରାଲ ରାଜନୈତିକ ଟ୍ୱିଟ , ଜାଣନ୍ତୁ କଣ
ଦିଲ୍ଲୀ : କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଦୀପ ଜଳାଇବା ପାଇଁ ଏକ ଟୁଇଟ୍‌ କରିଥିଲେ, ଯାହା ରେକର୍ଡ କରିଛି । ଏପ୍ରିଲ୍ ମାସରେ, କରୋନା ଯୋଦ୍ଧାଙ୍କୁ ଅଭିବାଦନ ତଥା କରୋନା ମହାମାରୀରୁ ବର୍ତ୍ତିବା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ରାତି ୯ଟାରେ ୯ ମିନିଟ୍‌ ପାଇଁ ଦୀପ ଜଳାଇବାକୁ ସାରା ଦେଶବାସୀଙ୍କୁ ନିବେଦନ କରି ଏକ ଟୁଇଟ୍‌ କରିଥିଲେ । ଯାହା ଚଳିତ ବର୍ଷ ଟୁଇଟରରେ ରେକର୍ଡ କରିଛି ବୋଲଇ ଟୁଇଟର ସୂଚନା ଦେଇଛି । ଅପ୍ରେଲ ୫ ତାରିଖ ରାତ୍ରି ୯ଟା ସମୟରେ ୯ ମିନିଟ୍‌ ପାଇଁ ଦୀପ ଜଳାଇବାକୁ ନିବେଦନ କରିଥିବା ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ଫଟୋ ପୋଷ୍ଟ କରିଥିଲେ ଯାହା ବର୍ତ୍ତମାନ ସେହି ଟୁଇଟ୍ ରେକର୍ଡ ସୃଷ୍ଟି କରିଛି। ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିବେଦନ ଉପରେ ଦେଶ ରାତି ୯ ଟାରେ ୯ ମିନିଟ୍ ପାଇଁ ଏକ ଦୀପ ଜାଳିଥିଲା। ପିଏମ ମୋଦୀଙ୍କ ଏହି ଟ୍ୱିଟକୁ ୧ ଲକ୍ଷ ୧୮ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି। ଯାହାକି ଚଳିତ ବର୍ଷ କୌଣସି ଭାରତୀୟ ରାଜନେତାଙ୍କ ଦ୍ୱାରା ସର୍ବାଧିକ ରିଟ୍ୱିଟ ହୋଇଥିବା ଟ୍ୱିଟ୍ ଅଟେ। ସେହିପରି ମୋଦିଙ୍କ ଟୁଇଟ୍‌ରେ ଶିଳ୍ପପତି ରତନ ଟାଟାଙ୍କ ଟୁଇଟ୍‌କୁ ମଧ୍ୟ ଅଧିକଥର ରିଟୁଇଟ୍‌ କରାଯାଇଛି । ସେହିପରି ଚଳିତ ବର୍ଷ ଟୁଇଟ୍‌ରେ ବାର୍ତ୍ତାଳାପ ତଥା କରୋନା ତଥା ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିତର୍କ ମଧ୍ୟ ବେଶ୍‌ ହୋଇଛି । କୋଭିଡ୍‌ ବ୍ୟତୀତ ଚଳିତ ବର୍ଷ ଟୁଇଟ୍‌ରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲା, ତାଙ୍କ କ୍ୟାରିଅର୍, ହାଥରସ୍‌ ଗଣଦୁଷ୍କର୍ମ, ଅଭିନେତା ବିଜୟଙ୍କ ସେଲ୍‌ଫି ଆଦିକୁ ଅଧିକ ମାତ୍ରାରେ ରିଟୁଇଟ୍‌ କରାଯାଇଛି ।