ବାଘଙ୍କ ଲାଗି ମରଣଯନ୍ତା ଅଭୟାରଣ୍ୟ : ବର୍ଷକୁ ମରୁଛନ୍ତି ୫୬

ବାଘଙ୍କ ଲାଗି ମରଣଯନ୍ତା ଅଭୟାରଣ୍ୟ : ବର୍ଷକୁ ମରୁଛନ୍ତି ୫୬

ବାଘଙ୍କ ଲାଗି ମରଣଯନ୍ତା ଅଭୟାରଣ୍ୟ : ବର୍ଷକୁ ମରୁଛନ୍ତି ୫୬
ନୂଆଦିଲ୍ଲୀ: ଭାରତର ଜାତୀୟ ପ୍ରାଣୀ ବାଘମାନଙ୍କୁ ପ୍ରାକୃତିକ ପରିବେଶରେ ରହିବା ଲାଗି ବିଭିନ୍ନ ରାଜ୍ୟରେ କରାଯାଇଛି ସ୍ୱତନ୍ତ୍ର ବ୍ୟାଘ୍ର ଅଭୟାରଣ୍ୟ । କିନ୍ତୁ ଏହି ଅଭୟାରଣ୍ୟ ଏବେ ବାଘଙ୍କ ଲାଗି ମରଣଯନ୍ତା ପାଲଟିଛି । ପରିସଂଖ୍ୟାନ ଅନୁସାରେ ୨୦୧୯ ରୁ ୨୦୧୯ ମଧ୍ୟରେ ୭ ବର୍ଷ ଭିତରେ ୭୫୦ ବାଘଙ୍କ ଜୀବନ ଯାଇଛି । ସେଥିରୁ କେବଳ ବ୍ୟାଘ୍ର ଅଭୟାରଣ୍ୟ ଭିତରେ ୫୨.୪ ପ୍ରତିଶତ ଅର୍ଥାତ ୩୯୩ଟି ବାଘ ପ୍ରାଣ ହରାଇଥିବା ବେଳେ ୩୩.୮ ପ୍ରତିଶତ ଅର୍ଥାତ ୨୫୪ଟି ବାଘ ଅଭୟାରଣ୍ୟ ବାହାରେ ମୃତୁ୍ୟମୁଖରେ ପଡ଼ିଛନ୍ତି । ତେବେ ବାଘ ମୃତୁ୍ୟର ପ୍ରମୁଖ କାରଣ ଭାବେ ପରସ୍ପର ମଧ୍ୟରେ ସଂଘର୍ଷ ଓ ଶିକାର ବୋଲି ଉଲ୍ଲେଖ କରାଯାଇଛି ।