୨ରେ ନବୀନଙ୍କ ସମ୍ବଲପୁର ଗସ୍ତ

୨ରେ ନବୀନଙ୍କ ସମ୍ବଲପୁର ଗସ୍ତ

୨ରେ ନବୀନଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ଆସନ୍ତା ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆସୁଥିବା ସୂଚନା ରହିଛି।  ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ସହିତ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କାର୍ୟ୍ୟକ୍ରମ ରହିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲକଗୁଡ଼ିକଠୁ ଶିଳାନ୍ୟାସ ଓ ଉଦଘାଟନ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଚୂଡ଼ାନ୍ତ ତାଲିକା ମଗାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୀତିକ ଫାଇଦା ନେବା ପାଇଁ ବିଜେଡି ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚାଲିଛି । ତେବେ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଏବେ ବିଜେପି ଓ କଂଗ୍ରେସ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନଭେମ୍ବର ୨ତାରିଖରେ ପ୍ରସ୍ତାବିତ ଗସ୍ତ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ପ୍ରାୟ ୭୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ସମ୍ବଲପୁରରେ ବିଜେଡିର ସଂଗଠନ ଦୁର୍ବଳ ଥିବାରୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ମାଧ୍ୟମରେ ବିଜେଡିର ନେତା ଓ ମନ୍ତ୍ରୀମାନଙ୍କୁ ଦଳ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ମଧ୍ୟ କୁହାଯାଇଛି । ଯେଉଁଥିପାଇଁ ଜିଲ୍ଲାର ସମସ୍ତ ୯ ବ୍ଲକ ଓ ୨ଟି ଏନଏଏସି ଏବଂ ଗୋଟିଏ ମହାନଗର ନିଗମ ଅଂଚଳରେ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ମନ୍ତ୍ରୀଙ୍କ ସମେତ ଦଳର ପ୍ରାୟ ୨୫ରୁ ଅଧିକ ନେତା ଏହି ସବୁ ବ୍ଲକ ଓ ପୌରାଂଚଳରେ ଉପସ୍ଥିତ ରହି ସ୍ମାର୍ଟ କାର୍ଡ ବାଣ୍ଟିବା ସହ ବିଜେଡି ସରକାରଙ୍କ ସପକ୍ଷରେ ଲୋକଙ୍କୁ ପ୍ରବର୍ତ୍ତାଇବେ।