୧୫ ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା

୧୫ ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା

୧୫ ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା
ଭୁବନେଶ୍ୱର : ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମିବାରେ ଲାଗିଛି । ରାଜ୍ୟର ୪ଟି ସ୍ଥାନର ତାପମାତ୍ରା ୧୫ଡିଗ୍ରୀ ସେଲସିୟସ ତଳେ ରହିଛି । ସର୍ବନିମ୍ନ ତାପାମାତ୍ରା ରହିଛି ସୋନପୁରଠାରେ । ଏଠାରେ ତାପମାତ୍ରା ୧୧.୮ ଡିଗ୍ରୀ ରହିଛି । ସେହିପରି ଅନୁଗୁଳୁରେ ୧୨.୬ ଡିଗ୍ରୀ, ଦାରିଙ୍ଗିବାଡିରେ ୧୪ ଡିଗ୍ରୀ , ଝାରସୁଗୁଡା ୧୪.୧ ଡିଗ୍ରୀ, କେନ୍ଦୁଝର ୧୫ ଡିଗ୍ରୀ, ଭୁବନେଶ୍ବରରେ ୨୦. ୬ ଡିଗ୍ରୀ, କଟକରେ ୧୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ଉତ୍ତର ଓଡିଶାର ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବା ସମ୍ଭାବନା ରହିଛି । ଦକ୍ଷିଣ ଓଡିଶା ଜିଲ୍ଲା ଗୁଡିକରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ଖସିବାର ସମ୍ଭାବନା ରହିଛି ।