୧୦ ଜଣ ସ୍କୁଲ୍ ଛାତ୍ରୀ ଆହତ, ଫେରାର୍ ହୋଇଗଲା ଯାତ୍ରୀବାହି ବସ୍ 

୧୦ ଜଣ ସ୍କୁଲ୍ ଛାତ୍ରୀ ଆହତ, ଫେରାର୍ ହୋଇଗଲା ଯାତ୍ରୀବାହି ବସ୍ 

ସକାଳୁ ସକାଳୁ କଟକ ସହରରେ ସଡକ ଦୁର୍ଘଟଣା । ଏକ ସ୍କୁଲ ବସକୁ ପିଟିଲା ଯାତ୍ରୀବାହି ବସ୍ । ଅଳ୍ପକେ ବଂଚିଗଲେ ଛାତ୍ରୀ । ଦୁର୍ଘଟଣାରେ ୧୦ ଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସକାଳେ ଏକ ଘରୋଇ ସ୍କୁଲ ବସ୍ କିଛି ଛାତ୍ରୀଙ୍କୁ ଧରି ସ୍କୁଲ ଅଭିମୁଖେ ଯାଉଥିଲା। ମାତ୍ର ଖାନନଗର ଟ୍ରାଫିକ୍ ଛକ ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ସ୍କୁଲ ବସ୍ଟିକୁ ଜୋରରେ ପିଟିଥିଲା। ଏହା ଦେଖି ଦୁର୍ଘଟଣା ଘଟାଇଥିବା ବସ୍ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଆହତ ଛାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଛନ୍ତି। ଏହି ଦୁର୍ଘଟଣାରେ ସ୍କୁଲ ବସରେ ଥିବା ୧୦ରୁ ଅଧିକ ଛାତ୍ରୀ ଆହତ ହୋଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ ଦୁର୍ଘଟଣା ଘଟାଇଥିବା ବସକୁ ଧରିବାକୁ ଚେଷ୍ଟା ଚଳାଇଛି।