ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ୩ ଥର ହତ୍ୟା ଉଦ୍ୟମ: ବ୍ରିଟ୍ଶ ଗଣମାଧ୍ୟମ
ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ୩ ଥର ହତ୍ୟା ଉଦ୍ୟମ: ବ୍ରିଟ୍ଶ ଗଣମାଧ୍ୟମ
ନୂଆଦିଲ୍ଲୀ: ୟୁକ୍ରେନ୍ ରୁଷ୍ ମଧ୍ୟରେ ଭୟଙ୍କର ଯୁ୍ଦ୍ଧ ମଧ୍ୟରେ ୟୁକ୍ରେନ୍ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଖବର ଆଣିଛି ବ୍ରିଟିଶ୍ ଗଣମାଧ୍ୟମ। ଏଥିରେ ଦାବି କରାଯାଇଛି ଯେ ୩ଟି ଟ୍ରୁପ୍ ଜେଲେନ୍ସ୍କିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଯୁଦ୍ଧ ଆରମ୍ଭ ହେବା ଦିନରୁ ଏହି ଉଦ୍ୟମ କରାଯାଇଛି। ଦୁଇଟି ଅଲଗା ଅଲଗା ଟ୍ରୁପ୍ ଏହି କାମରେ ଲଗାଯାଇଥିଲା। ଅନ୍ୟପକ୍ଷରେ ଯୁଦ୍ଧର ୯ମ ଦିନରେ ରାଜଧାନୀ କିବ୍ରେ ରୁଷ ସେନା ଘନଘନ ବୋମା ବିସ୍ଫୋରଣ କରୁଛନ୍ତି। କିବ୍ରେ ଭୟଙ୍କର ବିସ୍ଫୋରଣ ହେଉଛି। ସହର ସଂପୂର୍ଣ୍ଣ ଛିନ୍ଛତ୍ର ହୋଇଯାଇଛି। ସହରରେ ବହୁତ କ୍ଷୟକ୍ଷତି ହୋଇଛି। ସରକାରୀ କୋଠ ଧ୍ବଂସସ୍ତୂପରେ ପରିଣତ ହୋଇଛି। ଯେକୌଣସି ପରିସ୍ଥିତିରେ ରାଜଧାନୀ କିଭ୍କୁ ଦଖଲ କରାଯିବ ବୋଲି ଋଷ ପଣ କରିଛି । ତେଣୁ ଘନଘନ କ୍ଷେପଣାସ୍ତ୍ର ମାଡ କରାଯାଉଛି । ଯୁଆଡ଼େ ଦେଖବ ସେଠି କେବଳ କଳା ଧୂଆଁ। ସେହିପରି ୠଷ ଆଜି ୟୁରୋପର ସବୁଠାରୁ ବଡ ନୁ୍ୟକ୍ଲିୟର ବା ପରମାଣୁ ପ୍ଲାଣ୍ଟ ଉପରେ ହମଲା କରିଛି । ଏହି ପରମାଣୁ ପ୍ଲାଣ୍ଟଟି ୟୁକ୍ରେନର ଜାପୋରିଝଝିଆରେ ରହିଛି ।
ରୁଷ ଏଠାରେ ବୋମା ମାଡ କରିବାରୁ ପ୍ଲାଣ୍ଟରେ ନିଆଁ ଲାଗି ଯାଇଛି । ନିଆଁ ଲିଭାଇକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିଲେ ହେଁ ଏଥିରେ ସଫଳ ହୋଇନାହାନ୍ତି । କାରଣ ପ୍ଲାଣ୍ଟ ଉପରେ ବୋମା ମାଡ କରିବା ପରେ ସ୍ଥାନୀୟ ଅଞ୍ଚଳରେ ରୁଷ ସୈନ୍ୟମାନେ ଆଖିବୁଜା ଗୁଳି ଚଳାଉଛନ୍ତି । ଫଳରେ ନିଆଁ ଲିଭାଇବାରେ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।




admin 