ୟୁକ୍ରେନ୍‌ ଛାଡ଼ି ପଳାଉଥିବା ସାଂସଦଙ୍କୁ ଧରିଲେ

ୟୁକ୍ରେନ୍‌ ଛାଡ଼ି ପଳାଉଥିବା ସାଂସଦଙ୍କୁ ଧରିଲେ

ୟୁକ୍ରେନ୍‌ ଛାଡ଼ି ପଳାଉଥିବା ସାଂସଦଙ୍କୁ ଧରିଲେ

କିଭ୍: ୧୨ ଦିନ ହେଲା ଚାଲଇଛି ରୁ‌ଷ ଓ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ। ଦେଶର ରାଷ୍ଟ୍ରପତି ଜେଲେନସ୍କି ସୈନିକମାନଙ୍କ ମନୋବଳ ବଢ଼ାଉଛନ୍ତି। ଦେଶ ଛାଡି ବାହାରକୁ ଚାଲିଯାଉଥିବା ୟୁକ୍ରେନ ନାଗରିକମାନଙ୍କୁ ଦେଶ ଭିତରେ ରହି ଯୁଦ୍ଧ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଏହାରି ଭିତରେ ଦେଶ ଛାଡି ପଳାଉଥିବା ଜଣେ ସାଂସଦଙ୍କୁ ମାଡି ବସିଛି ୟୁକ୍ରେନ୍ ସେନା। ୟୁକ୍ରେନ୍ ସାଂସଦ ୟେଭେନ୍ ଶେଭେଞ୍ଚକୋଙ୍କୁ ଗିରଫ କରାଯାଇଛି। ୟେଭେନ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ୟୁକ୍ରେନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୟେଭେନଙ୍କ ଦେଶ ଛାଡି ପାରିବେ ନାହିଁ। ତାଙ୍କର ଦେଶ ଛାଡିବା ନେଇ କୌଣସି ଅଧିକାର ନାହିଁ, କାରଣ ବାଧ୍ୟତାମୂଳକ ସାମରିକ ସେବା ଅନୁଯାୟୀ ସେ ଯୁଦ୍ଧ କରିବାକୁ ସକ୍ଷମ ଅଟନ୍ତି।

ଗତ ବର୍ଷ ଏପ୍ରିଲରେ, ୩୪ ବର୍ଷୀୟ ୟେଭେନ ରୁଷର ସହଯୋଗୀ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କୁ ଭେଟିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏହି କାରଣରୁ, ୟେଭେନଙ୍କୁ ଶାସକ ଦଳ ‘ସର୍ଭଣ୍ଟ ଅଫ ଦି ପିପୁଲ’ରୁ ବହିଷ୍କାର କରାଯାଇଥିଲା। ଏହି ଦଳର ସାଂସଦ ଜେଲେନସ୍କି ୟୁକ୍ରେନର ରାଷ୍ଟ୍ରପତି ଅଟନ୍ତି।