ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୮ଟି ଗେଟ । ଶୁକ୍ରବାର ସୁଦ୍ଧା ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ୨୮ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ମୋଟ ଜଳସ୍ଥର ୬ଶହ ୩୦ ଫୁଟ ଥିବା ବେଳେ ବର୍ତ୍ତମାନ ୬ଶହ ୧୬.୯୧ ଫୁଟରେ ରହିଛି ଜଳସ୍ତର । ବନ୍ୟାଜଳ ପ୍ରବେଶ ହେତୁ ଜଳସ୍ତର ବୃଦ୍ଧି ହୋଇଛି ।
ହୀରାକୁଦ ଜଳ ଉଣ୍ଡାରକୁ ଉପରମୁଣ୍ଡରୁ ସେକେଣ୍ଡ ପ୍ରତି ୪ଲକ୍ଷ ୩୫ ହଜାର ୩୦୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ମହାନଦୀକୁ ସେକେଣ୍ଡ ପ୍ରତି ୩ ଲକ୍ଷ ୪୯ ହଜାର ୪୯୮ କ୍ୟୁସକ ଜଳ ନିଷ୍କାସିତ ହେଉଛି । ଜଳସ୍ତର ବଢିବାରୁ ଗୁରୁବାର ଓ ଶୁକ୍ରବାର ପର୍ୟ୍ୟାୟ କ୍ରମେ ହୀରାକୁଦରେ ୨୦ଟି ଗେଟ ଖୋଲିଥିଲା ।




admin 