ହାତୀ ଉପଦ୍ରବରେ ଲୋକେ ଭୟଭିତ, ବାଇକକୁ କଚାଡି ଭାଙ୍ଗିଲା

ହାତୀ ଉପଦ୍ରବରେ ଲୋକେ ଭୟଭିତ, ବାଇକକୁ କଚାଡି ଭାଙ୍ଗିଲା

ହାତୀ ଉପଦ୍ରବରେ ଲୋକେ ଭୟଭିତ, ବାଇକକୁ କଚାଡି ଭାଙ୍ଗିଲା
ମୟୁରଭଞ୍ଜ - କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କୁଜିଆମ ଗାଁରେ ହାତୀ ଉପଦ୍ରବରେ ସ୍ଥାନୀୟ ଜନସାଧାରଣ ଭୟଭିତ ଅବସ୍ଥାରେ ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଗତକାଲି ୨୨ହାତୀ ଆସି ଉପôାତ କରିଛନ୍ତି । ସୁଚନା ମୁତାବକ, କୁଜିଆମ ଗ୍ରାମର ବ୍ୟକ୍ତି ଜଣକ କିଛି ଦିନ ପୂର୍ବେ ଏକ ବାଇକ୍ କିଣିଥିଲେ। ଗତକାଲି ସନ୍ଧ୍ୟାରେ ନିକଟସ୍ଥ ବିଲରୁ ନିଜ ଗାଁକୁ ଫେରୁଥିବା ବେଳେ ସେ ହାତୀପଲ ହାବୁଡରେ ପଡି ଯାଇଥିଲେ । ଏହାଦେଖି ଭୟଭୀତ ହୋଇ ପଡ଼ିଥିବା ବ୍ୟକ୍ତିଜଣକ ବାଇକ୍ ଛାଡି ଦୌଡି ପଳାଇଥିଲେ। ଏହାପରେ ଏକ ଦନ୍ତା ହାତୀ ଆସି ବାଇକ୍କୁ କଚାଡ଼ି କଚାଡ଼ି ଭାଙ୍ଗି ଦେଇଥିଲା। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।ଗତକାଲି ସନ୍ଧ୍ୟାରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇଥିଲେ। ଫଳରେ କାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ପଣ୍ଡୁଆବୁରୁ ଜଙ୍ଗଲକୁ ପଳାଇଥିବା ହାତୀପଲ ଆଜି ସକାଳୁ ପୁଣି କୁଜିଆମ ଜଙ୍ଗଲକୁ ପଳାଇ ଆସିଛନ୍ତି। ଏହାଦେଖି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।