ହାତ ଗୋଡ ବନ୍ଧା ହୋଇଥିବା ନାବାଳିକା ଉଦ୍ଧାର
ହାତ ଗୋଡ ବନ୍ଧା ହୋଇଥିବା ନାବାଳିକା ଉଦ୍ଧାର
ବରଗଡ : ନିଖୋଜର ଦୁଇ ଦିନ ପରେ ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ନାବାଳିକାର ହାତ ଗୋଡ ବନ୍ଧା ହୋଇଥିଲା । ଏଭଳ ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଗାଇସିଲଟ ତାନା ଅଂଚଳରେ । ନାବାଳିକାକୁ ମୈଦାନୁମୁଣ୍ଡା ନିକଟରୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ତାଙ୍କୁ ଏମିତି ଅବସ୍ଥା କରିଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।




admin 